Latest Odisha News

ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏ ନେଇ ସଲ୍‌ମାନ ଖାନ୍‌ଙ୍କ ଟିମ୍‌ ପକ୍ଷରୁ କମଲ ଆର ଖାନଙ୍କୁ ଏକ ନୋଟିସ ଜାରି କରାଯାଇଛି।

ନୋଟିସ ଅନୁଯାୟୀ ସଲମାନ ଖାନଙ୍କ ଆଇନ ଟିମ୍‌ ଗୁରୁବାର ଦିନ ସିଟି ସିଭିଲ କୋର୍ଟର ଅତିରିକ୍ତ ଅଧିବେଶନ ବିଚାରପତିଙ୍କ ନିକଟରେ ଜରୁରୀ ଶୁଣାଣି ପାଇଁ ଏହି ବିଷୟରେ ଉଲ୍ଲେଖ କରିବେ।

ମଙ୍ଗଳବାର ଦିନ କମଲ ଆର ଖାନ ଟ୍ୱିଟରରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ଯେ ସଲମାନ ଖାନ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ସେ ସଲ୍‌ମାନଙ୍କ ଟିମ୍ ଦ୍ୱାରା ପଠାଯାଇଥିବା ନୋଟିସର ପ୍ରଥମ ପୃଷ୍ଠା ସେୟାର କରିଛନ୍ତି।

ଅନ୍ୟ ଏକ ଟ୍ୱିଟରେ କେଆରକେ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଏହି ମାମଲା ପ୍ରତ୍ୟାହାର କରିବାକୁ କହିଛନ୍ତି। ଭବିଷ୍ୟତରେ ସେ ସଲମାନ ଖାନଙ୍କ କୌଣସି ସିନେମାର ‘ସମୀକ୍ଷା’ କରିବେ ନାହିଁ ବୋଲି ଟୁଇଟ୍‌ କରି କହିଛନ୍ତି।

Comments are closed.