Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ହ୍ୱାଟ୍ସଆପ୍ । ଆଜିଠୁ ଲାଗୁ ହେଉଥିବା ଆଇଟି ନିୟମକୁ ରୋକିବା ପାଇଁ ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଦାବି କରିଛି । ବିଗତ ଦିନରେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ୍ କହିଛି- ନୂଆ ନିୟମ ଦ୍ୱାରା ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରଭାବିତ ହେବ ।

ସୂଚନାଯୋଗ୍ୟ, ୨୦୨୧ ଫେବ୍ରୁଆରୀ ୨୫ ତାରିଖରେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଡିଜିଟାଲ୍ କଣ୍ଟେଟକୁ ନିୟନ୍ତ୍ରିତ କରିବା ପାଇଁ ୩ ମାସ ମଧ୍ୟରେ କମ୍ପ୍ଲାୟନ୍ସ ଅଧିକାରୀ, ନୋଡାଲ ଅଧିକାରୀ ଆଦି ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନିଯୁକ୍ତ ଅଧିକାରୀ ଭାରତରେ ରହି କାର୍ଯ୍ୟ କରିବା ଜରୁରୀ ବୋଲି କୁହାଯାଇଥିଲା । ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପ୍ରକାରେ, କମ୍ପାନୀଗୁଡ଼ିକୁ କମ୍ପ୍ଲାୟନ୍ସ ଅଧିକାରୀ ନିଯୁକ୍ତ କରିବାକୁ ପଡ଼ିବ ଏବଂ ଅଧିକାରୀଙ୍କ ନାମ ସହ ଯୋଗାଯୋଗ ନମ୍ବର ଭାରତର ହୋଇଥିବା ଆବଶ୍ୟକ ।

ହ୍ୱାଟ୍ୟଆପ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ସରକାର ଜାରି କରିଥିବା ନୂଆ ନିର୍ଦ୍ଦେଶନାମାରେ ଚାଟ୍ ଟ୍ରେସ୍ କରିବା କଥା କୁହାଯାଇଛି । ଗୋଟିଏ ପ୍ରକାରେ ବ୍ୟବହାରକାରୀଙ୍କ ଫ୍ରିଙ୍ଗର ପ୍ରିଣ୍ଟର ତଥ୍ୟ ମଧ୍ୟ ମଗାଯାଇଛି । ଯାହାକି ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନକୁ ଭାଙ୍ଗି ଲୋକଙ୍କ ଗୋପନୀୟତା ଅଧିକାରକୁ ମୌଳିକ ଭାବେ କମଜୋର କରି ଦେବ । ଆମେ ଏହି ମାମଲାରେ ଲୋକଙ୍କ ସହ ଥିବା କମ୍ପାନୀ କହିଛି ।

Leave A Reply

Your email address will not be published.