ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବାବାରୁ ବ୍ୟବସାୟୀ ପାଲଟିଥିବା ଯୋଗଗୁରୁ ବାବା ରାମଦେବ। ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ସେ ଏକ ବୟାନ ଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ କହିଛନ୍ତି ବଲିଉଡ କଳାକାର ତଥା ସଲମାନ ଖାନ୍ ଡ୍ରଗ୍ସ ସେବନ କରନ୍ତି। କିନ୍ତୁ ଅନ୍ୟତମ ହିରୋ ଆମୀର ଖାନ୍ ଡ୍ରଗ୍ସ ନିଅନ୍ତି କି ନାହିଁ ସେ ଜାଣି ନାହାନ୍ତି। ଉତ୍ତରପ୍ରଦେଶରେ ଡ୍ରଗ୍ସ ବିରୋଧୀ ଅଭିଯାନର ଶୁଭାରମ୍ଭ ଅବସରରେ ରାମଦେବ ଏହା କହିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେଉଥିବା ସୂଚନା ରହିଛି।
ମୋରାଦାବାଦରେ ଏହି ଡ୍ରଗ୍ସ ବିରୋଧୀ ଅଭିଯାନରେ ସାମିଲ ହୋଇ ରାମଦେବ କହିଛନ୍ତି, ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ପାର୍ଟିରେ ଡ୍ରଗ୍ସ ନେଉଥିଲେ। ତେଣୁ ଧରାପଡିଥିଲେ। ଏହି ମାମଲାରେ ସେ ଜେଲ ମଧ୍ୟ ଯାଇଥିଲେ। ସଲମାନ ଖାନ ଡ୍ରଗ୍ସ ନିଅନ୍ତି। କିନ୍ତୁ ଆମୀର ଖାନଙ୍କ ବିଷୟରେ ଜାଣିନାହାନ୍ତି।
ସେ କହିଛନ୍ତି, ଅନେକ ସିନେ ତାରକା ଡ୍ରଗ୍ସ ନିଅନ୍ତି। ଅଭିନେତାଙ୍କ ପରି ଅଭିନେତ୍ରୀ ମଧ୍ୟ ଡ୍ରଗ୍ସ ନିଅନ୍ତି। କେବଳ ବଲିଉଡ ନୁହଁ ରାଜନୀତିରେ ମଧ୍ୟ ଡ୍ରଗ୍ସ କାରବାର ଚାଲିଛି। ତେବେ ରାମଦେବଙ୍କ ଏହି ବୟାନ ପରେ କେହି ପ୍ରତିକ୍ରିୟା ରଖି ନାହାନ୍ତି।
ଉଲ୍ଲେଖଯୋଗ୍ୟ, ବଲିଉଡରେ ଡ୍ରଗ୍ସ କାରବାର ଏକ ଟ୍ରେଣ୍ଡ ପାଲଟିଗଲାଣି। ଅଭିନେତ୍ରୀ ଜିଆ ଖାନ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ ଏହି ଡ୍ରଗ୍ସ କାରବାର ରହିଥିବା ଦାବି କରାଯାଏ। ସେହିପରି କରଣ ଜୋହରଙ୍କ ପାର୍ଟିରେ ଅନେକ ନାମୀଦାମୀ କଳାକାର ଡ୍ରଗ୍ସ ନେଉଥିବାର ମଧ୍ୟ ନଜିର ରହିଛି।
ବଡ଼କଥା ହେଲା ସଲମାନ ଖାନ୍ ଡ୍ରଗ୍ସ ନିଅନ୍ତି ବୋଲି ରାମଦେବ ଯେଉଁ ଦାବି କରିଛନ୍ତି ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପ୍ରମାଣ ତାଙ୍କ ପାଖରେ ରହିଛି ତ ? କାରଣ କୋଭିଡ ସମୟରେ ଆୟୁର୍ବେଦିକ ଚିକିତ୍ସାକୁ ଭଲ ଏବଂ ଆଲୋପାଥିକ ଚିକିତ୍ସା ଓ ଡାକ୍ତରଙ୍କୁ ଟାର୍ଗେଟ କରି ଅନେକ କଥା କହିଥିଲେ ରାମଦେବ। ଯାହାକୁ ନେଇ ସୁୁପ୍ରିମକୋର୍ଟ ମଧ୍ୟ ତାଙ୍କୁ ତାଗିଦ କରିଛନ୍ତି।
ଅନ୍ୟପଟେ ଆର୍ଯ୍ୟାନ୍ ଖାନ୍ ମାମଲାରେ ପ୍ରମାଣ ଅଭାବରୁ ସେ ଜେଲରୁ ବାହାରି ସାରିଛନ୍ତି। ପାଖାପାଖି 20 ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା।
Comments are closed.