ମୁମ୍ବାଇ: ବହୁ ପ୍ରତିକ୍ଷିତ ରିୟାଲିଟି ଶୋ ‘ବିଗ୍ ବସ୍’ର ନୂଆ ସିଜିନ୍ ଆସିବାକୁ ଯାଉଛି। ଯେଉଁଥିରେ ସଲମାନ୍ ଖାନ୍ ହୋଷ୍ଟିଂ କରିବେ ।
ଏନେଇ ମେକର୍ସଙ୍କ ପକ୍ଷରୁ ଶୋ’ର ପ୍ରୋମୋ ଭିଡିଓ ରିଲିଜ କରାଯାଇଛି ।
https://www.instagram.com/p/CDomuvlgt7I/?utm_source=ig_web_button_share_sheet
ଏହି ଭିଡିଓରେ ସଲମାନ୍ କହିଛନ୍ତି “ନର୍ମାଲ୍ ଲାଇଫରେ ସ୍ପିଡବ୍ରେକର ଲଗାଇଛି ଲକଡାଉନ, ସେଥିପାଇଁ ଧାନ ଚାଷ କରୁଛି ଆଉ ଟ୍ରାକ୍ଟର ଚଳାଉଛି । ହେଲେ ସିନ୍ ଏବେ ବଦଳିବ” । ବିଗ୍ ବସ୍ ୧୪ର ଏହି ପ୍ରୋମୋ ଖୁବ୍ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ମାନେ କମେଣ୍ଟ ଦେବାକୁ ପଛାଉ ନାହାଁନ୍ତି ।
ଫିଲ୍ମ ଫେୟାରର ରିପୋର୍ଟ ଅନୁଯାୟୀ, ଏହି ଶୋ’ର ପ୍ରିମିୟର୍ ସେପ୍ଟେମ୍ବର ୨୭ରେ ହେବ । ମୁମ୍ବାଇର ଫିଲ୍ମ ସିଟିରେ ତିଆରି ହୋଇଥିବା ବିଗବସ୍ ହାଉସରେ ପ୍ରତିଯୋଗୀ ମାନେ ପ୍ରବେଶ କରିବେ ।
ତେବେ ଫ୍ୟାନ୍ସ ମାନେ ବିଗ୍ ବସର ଆଗାମୀ ସଂସ୍କରଣକୁ ଦେଖିବା ଲାଗି ଖୁବ୍ ଉତ୍ସାହିତ ରହିଛନ୍ତି।
Comments are closed.