Latest Odisha News

BREAKING NEWS

ରିୟାଙ୍କ ହ୍ୱାଟ୍ସଅପ୍ ମେସେଜ ଶେୟାରର ଜବାବ ଦେଲେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ସନ୍ଦେହ ଘେରରେ ରହୁଛନ୍ତି । ଯେଉଁଥିରୁ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ଉପରେ ଖୁସିନଥିବା ଜଣାପଡୁଥିଲା ।

ରିୟା ଶେୟାର କରିଥିବା ମେସେଜରେ ସୁଶାନ୍ତ ରିୟାଙ୍କ ପରିବାର ବର୍ଗଙ୍କ ପ୍ରଶଂସା କରିଥିବା ନଜର ଆସିଥିଲା । ଏହି ମାମଲାରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ଏକ ଭିଡିଓ ଶେୟାର କରିଛନ୍ତି ।

https://www.instagram.com/p/CDrP630lc-h/?utm_source=ig_web_button_share_sheet

ଏହି ଭିଡିଓ ସହାୟତାରେ ଭଉଣୀ ମାନଙ୍କ ସହ ସୁଶାନ୍ତ କିପରି ସମ୍ପର୍କ ରହିଥିଲା, ତାହା ସେ ଜଣାଇବାକୁ ଚାହିଁଛନ୍ତି ।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ୧୫ କୋଟି ଟଙ୍କା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.