Latest Odisha News

BREAKING NEWS

ହକି ବିଶ୍ୱକପ ସମାରୋହରେ ଯୋଗଦେବେ ଭାଇଜାନ ସଲମାନ୍ !

ଭୁବନେଶ୍ୱର : ନଭେମ୍ବର ୨୮ ତାରିଖରେ କଟକରେ ହେବାକୁ ଥିବା ହକି ବିଶ୍ୱକପ ଉଦଘାଟନୀ ସମାରୋହରେ ବଲିଉଡର ଭାଇଜାନ ସଲମାନ୍ ଖାନ୍ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ସମାରୋହରେ ଯୋଗ ଦେବା ଲାଗି ରାଜ୍ୟ ସରକାର ସଲମାନ ଖାନଙ୍କ ସହ ଫୋନରେ ଯୋଗାଯୋଗ କରିଥିବା ବେଳେ ଭାଇଜାନ୍ ଫୋନରେ ସହମତି ଦେଇଥିବା ନେଇ ଏକ ବିଶେଷ ସୁତ୍ରରୁ ଶୁଣିବାକୁ ମିଳୁଛି ।

ତେବେ ସଲମାନଙ୍କ କାର୍ଯ୍ୟାଳୟରୁ ଏନେଇ ବିଧିବଦ୍ଧ ଭାବେ କୌଣସି ଲିଖିତ ସୂଚନା ଦିଆଯାଇନାହିଁ । ଆହୁରି ମଧ୍ୟ ଯଦି ସଲମାନ୍ ଏହି ସମାରୋହରେ ଯୋଗ ଦିଅନ୍ତି ତେବେ ସେ ଅତିଥି ଭାବେ ଆସିବେ ନା କାର୍ଯ୍ୟକ୍ରମ ପରିବେଷଣ କରିବେ ସେ ନେଇ ମଧ୍ୟ ଦର୍ଶକଙ୍କ ଭିତରେ ବେଶ ସସପେନ୍ସ ଲାଗି ରହିଛି ।

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୭ ତାରିଖରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ କିଙ୍ଗ୍ ଖାନ୍ ଶାହରୁଖ, ଧକଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଓସ୍କାର ବିଜେତା ଏଆର ରେହମାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମରେ ଏ.ଆର ରେହମାନ ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ଏହି ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମରେ ବାହୁବଳୀ ଫେମ୍ ତଥା ତେଲୁଗୁ ସୁପରଷ୍ଟାର ପ୍ରଭାସ ମଧ୍ୟ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.