Latest Odisha News

‘ବିଜୟ ମାଷ୍ଟର’ ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ସଲମାନ ଖାନ

ମୁମ୍ବାଇ: ଗ୍ରାଣ୍ଡ୍‌ କମ୍‌ ବ୍ୟାକ୍‌ କରୁଛନ୍ତି ବଲିଉଡ୍‌ ଭାଇଜାନ ସଲ୍‌ମାନ ଖାନ୍। କିଛିଦିନ ତଳେ ସଲ୍‌ମାନଙ୍କ ଅଭିନୀତ ରାଧେ ରିଲିଜ ହୋଇଥିଲା। ତେବେ ଫିଲ୍ମକୁ ଆଶା ମୁତାବକ ସଫଳତା ମିଳିପାରି ନଥିଲା। ଆଇଏମ୍‌ଡିର ବେଶ୍‌ ଖରାପ ରେଟିଂ ମିଳିଥିଲା ରାଧେକୁ। ଏମିତିକି ସଲ୍‌ମାନଙ୍କ ପିତା ସଲିମ୍‌ ଖାନ ମଧ୍ୟ ଏହା ଏକ ଚମତ୍କାର ଫିଲ୍ମ ନୁହେଁ ବୋଲି କହିଥିଲେ।

ତେବେ ସୂଚନା ଅନୁଯାୟୀ ସଲମାନ ତାମିଲ ଫିଲ୍ମ ‘ଥାଲାପାଟୀ ବିଜୟ ମାଷ୍ଟର’ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ। ଫିଲ୍ମର ସୁଟିଂ ୨୦୨୧ରୁ ଆରମ୍ଭ ହେବ। ତାମିଲ ମୁଭି ‘ବିଜୟ ମାଷ୍ଟର’ର ନିର୍ମାତା ହେଉଛନ୍ତି ଏଣ୍ଡେମୋଲ୍ ସିହ୍ନେ ଏବଂ ମୁରାଦ ଖେତାନି।

 

Comments are closed.