ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କ ସହ ପ୍ରାୟ ସବୁ କଳାକାର ସ୍କ୍ରିନ୍ ରେ ଦେଖାଯିବାକୁ ଚାହାଁନ୍ତି। ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖିବା ସହ ବକ୍ସ ଅଫିସରେ ସିନେମା ହିଟ କରାଇବା ପାଇଁ ସଲମାନଙ୍କ ଅଭିନ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ହିଁ ଯଥେଷ୍ଟ ।
ତେବେ ବଲିଉଡର ଏହି ଦବଙ୍ଗ ଅଭିନେତା ଜଣେ ଅଭିନେତ୍ରୀଙ୍କ ସହ କାମ କରିବାକୁ ଡରୁଥିଲେ। ହଁ, ଆପଣ ଏହାକୁ ଠିକ୍ ପଢିଛନ୍ତି| ସଲମାନ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କାମ କରିବାକୁ ଡରୁଥିଲେ। ଏକ ପୁରୁଣା ସାକ୍ଷାତକାରରେ ସଲମାନ ସ୍ୱୀକାର କରିଛନ୍ତି ଯେ, ସେ ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ଡରୁଥିଲେ। ଏହା ପଛର କାରଣ ପ୍ରକାଶ କରି ସେ କହିଛନ୍ତି ଯେ ଶ୍ରୀଦେବୀଙ୍କ ବ୍ୟକ୍ତିତ୍ୱ ଏକ ଚଳଚ୍ଚିତ୍ରରେ ହିରୋଙ୍କ ସମେତ ଅନ୍ୟ କଳାକାରମାନଙ୍କୁ ମଧ୍ୟ ଲୁଚାଇ ଦେଇଥାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶ୍ରୀଦେବୀ ୯୦ ଦଶକର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଥିଲେ।
ଖବର ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତାମାନେ ଶ୍ରୀଦେବୀଙ୍କ ଠାରୁ ଏକ ଡେଟ୍ ପାଇବା ପାଇଁ ଲାଇନ ଲଗାଉଥିଲେ। ୯୦ ଦଶକରେ ତାଙ୍କୁ ଏକ ଫିଲ୍ମ ପାଇଁ ପ୍ରାୟ ୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ସଲମାନ ଏବଂ ଶ୍ରୀଦେବୀ ୧୯୯୩ ରେ ‘ଚନ୍ଦ୍ରମୁଖୀ’ ଏବଂ ୧୯୯୪ ରେ ‘ଚାନ୍ଦ କା ଟୁକଡା’ ରେ ଏକାଠି କାମ କରିଥିଲେ ।
Comments are closed.