Latest Odisha News

BREAKING NEWS

ଘାରିଛି ଘିବଲି ନିଶା, ସାରା ବିଶ୍ଵରେ ଚାଟଜିପିଟି ଡାଉନ୍

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍ ପୋଷ୍ଟ କି ହ୍ଟାଟ୍ସଅଫ୍ ଷ୍ଟାଟସ୍, ଡିପି..ସବୁଠି ଟ୍ରେଣ୍ଡ କରୁଛି । କ୍ରିକେଟ ବିଶ୍ବକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ ସିନେମା ଯାଏଁ ସବୁଥିରେ ଏବେ ସୋସିଆଲ ମିଡିଆରେ ଘିବଲି ଷ୍ଟାଇଲ ଫଟୋ ଦେଖିବାକୁ ମିଳୁଛି । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ସବୁ ଏଇ ଟ୍ରେଣ୍ଡରେ ମାତିଛନ୍ତି । ସମସ୍ତେ ଚାଟ୍ ଜିପିଟି ୟୁଜ୍ କରି ଘିବଲି ଫଟୋ ବନାଇରେ ବ୍ୟସ୍ତ। ଆଉ ଏଥିପାଇଁ ଓପନଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ChatGPT ସାରା ବିଶ୍ୱରେ ଡାଉନ ହୋଇଯାଇଛି। ନୂଆ ଅପଡେଟ୍ ଷ୍ଟୁଡିଓ ଘିବଲି ଇମେଜ୍ ଜେନେରେଟରର ଅତ୍ୟଧିକ ବ୍ୟବହାର ଯୋଗୁ ChatGPT ଡାଉନ୍ ହୋଇଯାଇଛି। ତେବେ ଭାରତରେ ଏହା ପ୍ରାୟ ସନ୍ଧ୍ୟା ୪ଟାରୁ ୫.୩୦ ପର୍ଯ୍ୟନ୍ତ ଡାଉନ ହୋଇଯାଇଥିଲା।

ଡାଉନଡିଟେକ୍ଟରରେ ଏନେଇ ଅନେକ ଅଭିଯୋଗ କରାଯାଇଛି । ସାରା ବିଶ୍ୱରେ ଓପନଏଆଇ ଡାଉନ କାରଣରୁ କମ୍ପାନୀ ଏକ ବିବୃତ୍ତି ଜାରି କରି ଆମେ ସର୍ଭିସ ପୁଣିଥରେ ଆରମ୍ଭ କରିବାକୁ କାମ ଜାରି ରଖିଛୁ ବୋଲି କହିଥିଲା। ତା’ପରେ ପ୍ରାୟ ୧ ଘଣ୍ଟା ପରେ ଓପନଏଆଇର ସମସ୍ତ ସର୍ଭିସ ରିଷ୍ଟୋର ହୋଇଥିଲା । ତେବେ ଏଭଳି ସମସ୍ୟା କଣ ପାଇଁ ହେଲା ସେନେଇ କମ୍ପାନୀ ୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ ବୋଲି କହିଛି। ତେବେ ‘ଘିବଲି’ ଶବ୍ଦଟି ମୂଳତଃ ଲିବିଆନ ଆରବି ଭାଷାରୁ ଆସିଛି । ହାୟାଓ ମିୟାଜାକିଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରସିଦ୍ଧ ଆନିମେସନ୍ ଷ୍ଟୁଡିଓ ଷ୍ଟୁଡିଓ ଘିବଲି ଯୋଗୁଁ ଏହି ନାମ ଜାପାନରେ ଲୋକପ୍ରିୟ ହୋଇଥିଲା।

ତେବେ ଏହି ଟ୍ରେଣ୍ଡିଙ୍ଗ ଆଜିର ନୁହେଁ, ଦଶନ୍ଧି ଧରି, ଷ୍ଟୁଡିଓ ଘିବଲିର ହାତ-ଅଙ୍କିତ ଆନିମେସନ୍ ଏହାର ସ୍ୱପ୍ନମୟ, ସ୍ମୃତିଗତ ଦୁନିଆ ସହିତ ଦର୍ଶକଙ୍କୁ ଆକର୍ଷିତ କରିଛି । କିନ୍ତୁ ବର୍ତ୍ତମାନ, ChatGPT ରେ OpenAIର ନୂତନତମ ପ୍ରତିଛବି ଜେନେରେସନ୍ ଉପକରଣ, ଯାହା ମାଗଣାରେ ମଧ୍ୟ ଉପଲବ୍ଧ, ଏହାକୁ ନିଜ ନିଜ ଫୋନରେ ବନେଇବା ପାଇଁ ଉତ୍ସାହିତ ହୋଇପଡିଛନ୍ତି ବିଶ୍ବବାସୀ ।  ପ୍ରୋଫାଇଲ୍ ପିକ୍ଚର, ମିମ୍ସ ଏବଂ ପୁନଃକଳ୍ପିତ ଚଳଚ୍ଚିତ୍ର ପୋଷ୍ଟରରେ ମଧ୍ୟ ଏହାକୁ ପରିଣତ କରିଚାଲିଛନ୍ତି । ଯାହା ଓପନ ଏଆଇର କର୍ମଚାରୀଙ୍କ ନିଦ ହଜାଇ ଦେଇଛି ।

 

Comments are closed.