Latest Odisha News

ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’

ନୂଆଦିଲ୍ଲୀ: ଏବେ ଯୁବପିଢିଙ୍କୁ ଘାରିଛି AI-generated Ghibli-style images ନିଶା । ଇଣ୍ଟରନେଟ ଖୋଲିବା ମାତ୍ରେ ହିଁ, ତାହାର ଝଲକ ଦେଖିବାକୁ ମିଳୁଛି । ନିଜର ପ୍ରକୃତ ଫଟୋକୁ AI-generated Studio Ghibli-style imagesରେ ପରିଣତ କରି ଇନଷ୍ଟା ରିଲ ଏବଂ ୟୁଟ୍ୟୁବ୍ ସଟସ୍, ଫେସବୁକ୍ ପୋଷ୍ଟ କି ହ୍ଟାଟ୍ସଅଫ୍ ଷ୍ଟାଟସ୍, ଡିପି..ସବୁଠି ଟ୍ରେଣ୍ଡ କରୁଛି । କ୍ରିକେଟ ବିଶ୍ବକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ ସିନେମା ଯାଏଁ ସବୁଥିରେ ଏବେ ସୋସିଆଲ ମିଡିଆରେ ଘିବଲି ଷ୍ଟାଇଲ ଫଟୋ ଦେଖିବାକୁ ମିଳୁଛି । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ସବୁ ଏଇ ଟ୍ରେଣ୍ଡରେ ମାତିଛନ୍ତି ।

ହେଲେ ଏହାକୁ ନେଇ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି OpenAI ସିଇଓ ସାମ୍ ଅଲ୍ଟମ୍ୟାନ୍ । ସୋସିଆଲ ମିଡିଆ ଏଆଇ-ଜେନେରେଟେଡ୍ ଷ୍ଟୁଡିଓ ଘିବଲି-ଷ୍ଟାଇଲ୍ଡ ଫଟୋରେ ପରିପୂର୍ଣ୍ଣ ହୋଇଥିବାରୁ, ଏନେଇ କର୍ମଚାରୀଙ୍କୁ ଟିକଏ ବିରତି ଦେବା ପାଇଁ ଆହ୍ବାନ ଦେଇଛନ୍ତି ଅଲ୍ଟମ୍ୟାନ୍ । ଏନେଇ ନିଜ ଏକ୍ସରେ ଏକ କୋଷ୍ଟ ଜାରି କରି ସାମ୍, ବ୍ୟବହାରକାରୀମାନଙ୍କୁ ଦୟାକରି ପ୍ରତିଛବି ଜେନେରେଟ୍ କରିବାରୁ ଟିକିଏ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି, ଟିକିଏ ଶାନ୍ତ ରୁହ, ଦୟାକରି ପ୍ରତିଛବି ସୃଷ୍ଟି କରିବାରେ ଶାନ୍ତ ହୁଅନ୍ତୁ । ଏହା ପାଗଳାମି । ଆମ ଦଳକୁ ନିଦ୍ରା ଆବଶ୍ୟକ । ଆରମ୍ଭ ହେବା ପରଠାରୁ ଆମେ ସସ୍ଥିର ହୋଇନାହୁଁ । ତେଣୁ ଲୋକମାନେ ଏପର୍ଯ୍ୟନ୍ତ ସେବା ଜାରି ରଖିବା ପାଇଁ କାମ କରୁଛନ୍ତି । ଏହାର ଚାହିଦା, ମୁଁ ଏପରି ପୂର୍ବରୁ କେବେ ଦେଖିନାହିଁ ।

ଯାହାପରେ ୟୁଜର୍ସ ଏହାର ମଜା ନେବାକୁ ଯାଇ, ଦଳକୁ ବହିଷ୍କାର କରି ନୂଆ ଦଳ ରଖିବାକୁ ପରାମର୍ଶ ଦେଇଥିଲେ । ଯାହାର ଉତ୍ତରରେ ସାମ୍ ଲେଖିଥିଲେ, ନା, ଧନ୍ୟବାଦ!, ଆଜିର ଏହି ଘିବଲି ତିଆଣି କରିବା ସହିତ ଏହି ଦଳ ୨.୩୩ ବର୍ଷ ପୂର୍ବେ ଏକ ଶାନ୍ତ ଆରମ୍ଭରୁ ବିଶ୍ୱର ସବୁଠାରୁ ବଡ଼ ୱେବସାଇଟ୍ ନିର୍ମାଣ କରିବାରେ ପଥ ଅନୁସରଣ କରୁଛି । ବିଶ୍ୱର ସର୍ବୋତ୍ତମ ଦଳ, ଏହା କଷ୍ଟକର ବୋଲି ଲେଖିଥିଲେ ସାମ୍ ।

ତେବେ ଏହି ଟ୍ରେଣ୍ଡିଙ୍ଗ ଆଜିର ନୁହେଁ, ଦଶନ୍ଧି ଧରି, ଷ୍ଟୁଡିଓ ଘିବଲିର ହାତ-ଅଙ୍କିତ ଆନିମେସନ୍ ଏହାର ସ୍ୱପ୍ନମୟ, ସ୍ମୃତିଗତ ଦୁନିଆ ସହିତ ଦର୍ଶକଙ୍କୁ ଆକର୍ଷିତ କରିଛି । କିନ୍ତୁ ବର୍ତ୍ତମାନ, ChatGPT ରେ OpenAIର ନୂତନତମ ପ୍ରତିଛବି ଜେନେରେସନ୍ ଉପକରଣ, ଯାହା ମାଗଣାରେ ମଧ୍ୟ ଉପଲବ୍ଧ, ଏହାକୁ ନିଜ ନିଜ ଫୋନରେ ବନେଇବା ପାଇଁ ଉତ୍ସାହିତ ହୋଇପଡିଛନ୍ତି ବିଶ୍ବବାସୀ ।  ପ୍ରୋଫାଇଲ୍ ପିକ୍ଚର, ମିମ୍ସ ଏବଂ ପୁନଃକଳ୍ପିତ ଚଳଚ୍ଚିତ୍ର ପୋଷ୍ଟରରେ ମଧ୍ୟ ଏହାକୁ ପରିଣତ କରିଚାଲିଛନ୍ତି । ଯାହା ଓପନ ଏଆଇର କର୍ମଚାରୀଙ୍କ ନିଦ ହଜାଇ ଦେଇଛି ।

Comments are closed.