ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ବୈବାହିକ ଜୀବନ ବିଧିବଦ୍ଧ ଭାବେ ଭାଙ୍ଗିଛି । ଉଭୟ ପରସ୍ପରର ସହମତରେ ଅଲଗା ହୋଇଛନ୍ତି । ସମନ୍ଥା ଧିରେ ଧିରେ ନାଗାଙ୍କ ସମସ୍ତ ସ୍ମୃତିକୁ ହଟାଇବାରେ ଲାଗିଛନ୍ତି । ୫ ବର୍ଷ ମଧ୍ୟରେ ସୋସିଆଲ ସାଇଟରେ ଉଠାଇଥିବା ଏକତ୍ର ଫଟୋ ଏବେ ଡିଲିଟ କରିବାରେ ଲାଗିଛନ୍ତି । ଏହା ପୂର୍ବରୁ ସେ ଅକ୍କିନେତି ସରନେମ ହଟାଇ ଦେଇଥିଲେ ।
ବିବାହ ବିଚ୍ଛେଦ ପରେ ସମନ୍ଥା ନିଜସ୍ୱ ଶୈଳୀରେ ବଂଚିବା ଆରମ୍ଭ କରିଛନ୍ତି । ଚାରିଧାମ ଯାତ୍ରା ପରେ ସେ ନୂତନ ଫିଲ୍ମ ସାଇନ କରିବା ଆରମ୍ଭ କରିଛନ୍ତି । ଭବିଷ୍ୟତରେ ବି ସେ ନାଗାଙ୍କ ସହ କୌଣସି ପ୍ରକାରର ସମ୍ପର୍କ ନ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।
Comments are closed.