Latest Odisha News

BREAKING NEWS

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଏଯାଏଁ ମିଳିଲାନି ୟୁନିଫର୍ମ

କଟକ : ସରକାରୀ ଆଇଟିଆଇରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ କୋଡ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଫର୍ମ ଯୋଗାଣ ପାଇଁ ଟେଣ୍ଡର ଦାଖଲର ଶେଷ ତାରିଖ ଥିଲା ୩୦ । ଏବଂ ୨୬ ରୁ ୨୮ ତାରିଖ ମଧ୍ୟରେ ଏହା ବଣ୍ଟନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ୩୦ ତାରିଖରେ ସମସ୍ତ ଛାତ୍ରଛାତ୍ରୀମାନେ ନିଜର ୟୁନିଫର୍ମ ପାଇଲେ ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିନି ଡ୍ରେସ୍ । ଯେଉଁଥିପାଇଁ କ୍ଲାସ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ଯଥାଶୀଘ୍ର ୟୁନିଫର୍ମ ଯୋଗାଇ ଦେବାକୁ ଦାବି କରିଛନ୍ତି ଖପୁରିଆ ଆଇଟିଆଇର ଛାତ୍ରଛାତ୍ରୀ ।

BjdElectrycity

ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ସହ ଜୋତା କିଣିବା ପାଇଁ ସରକାର ୩ ହଜାର ଟଙ୍କାର ସହାୟତା ରାଶି ଦେଉଥିଲେ । ଅର୍ଥାଭାବରୁ ଗରିବ ଶ୍ରେଣୀର ପିଲାମାନେ ଏକାଥରକେ ତିନି ହଜାର ଟଙ୍କା ଯୋଗାଡ କରି ନ ପାରିବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାସହ ସରକାର ରାଜସ୍ବ ପାଇବାରେ ମଧ୍ୟ ଅସୁବିଧା ହେଉଥିଲା । ଏପରିକି ୟୁନିଫର୍ମ ଯୋଗାଣରେ ହେରଫେର ମଧ୍ୟ ହେଉଥିଲା । ତେବେ ୨୦୨୧-୨୨ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରିବାକୁ କର୍ତ୍ତୃପକ୍ଷଙ୍କୁ ସରକାର ଚିଠି ଜରିଆରେ ନିର୍ଦ୍ଦେଶ ଦେଇଥିଲେ ।

ଏହି ଚିଠି ଅନୁଯାୟୀ ୟୁନିଫର୍ମ ଯୋଗାଣ ପାଇଁ କଲେଜ୍ କର୍ତ୍ତୃପକ୍ଷ ଏକ ଟେଣ୍ଡର ଆହ୍ବାନ କରିବେ । ବିଡର୍ ମାନେ ସରକାରୀ ଇ ପୋର୍ଟାଲରେ ଅଂଶଗ୍ରହଣ କରିପାରିବେ । ସବୁ କାର୍ଯ୍ୟ ସରିବା ପରେ ୨୫ ତାରିଖ ସୁଦ୍ଧା ୟୁନିଫର୍ମ କଲେଜରେ ଗଚ୍ଛିତ ରହିବ । ହେଲେ ଆଜି ଯାଏଁ ଛାତ୍ରଛାତ୍ରୀଙ୍କୁ ମିଳିଲାନି ୟୁନିଫର୍ମ । ଏଭଳିସ୍ଥିତିରେ ଅଧ୍ୟକ୍ଷ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇଛି । କିନ୍ତୁ ଡ୍ରେସ୍ ଏବଂ ଜୋତାର ମାପ ଏବଂ ଟେଣ୍ଡର ପ୍ରକ୍ରିୟାରେ ସମୟ ଲାଗିବ । ତେବେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ୟୁନିଫର୍ମ ପ୍ରଦାନ କରାଯିବ ବୋଲି କହିଛନ୍ତି ଖପୁରିଆ ଆଇଟିଆଇର ଅଧ୍ୟକ୍ଷ ହୃଷୀକେଶ ମହାନ୍ତି ।

Leave A Reply

Your email address will not be published.