Latest Odisha News

BREAKING NEWS

ସାମନ୍ଥା ଟ୍ବିଟ୍ କରି କଙ୍ଗନାଙ୍କ ପାଇଁ ଲେଖିଲେ ଏପରି କିଛି…

ମୁମ୍ବାଇ: ଫିଲ୍ମ ‘ଏମରଜେନ୍ସି’ ରିଲିଜକୁ ନେଇ କଙ୍ଗନା ରାନାୱତ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲେ । ଅଭିନେତ୍ରୀ କଙ୍ଗନା ଜଣେ ସୋସିଆଲ ମିଡିଆ ‘ଏକ୍ସ’ ବ୍ୟବହାରକାରୀଙ୍କୁ ଜାବାବ ଦେଇଛନ୍ତି ଯିଏ ଲେଖିଛନ୍ତି ଯେ, ‘ଲୋଗୋଁକୋ ଉହ୍ନେ ଜଲାନେବୋଲଁସେ ଡରନା ଚାହିଏ’ । ଏହି ପୋଷ୍ଟ ଉପରେ ଏକ ଲମ୍ବା ନୋଟ୍ ଲେଖି ଏହାକୁ ଟ୍ୱିଟ୍ କରିଥିଲେ ଏବଂ ସାଉଥ ଅଭିନେତ୍ରା ସାମନ୍ଥା ରୁଥ ଏହାର ସ୍କ୍ରିନ୍ ସଟ୍ ସେୟାର କରି ଅଭିନେତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ଦକ୍ଷିଣ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ।

କଙ୍ଗନା ରାନାୱତ ଲେଖିଛନ୍ତି ଯେ, ସେ ସବୁ ପ୍ରକାରର ସମସ୍ୟାର ମୁକାବିଲା କରିବା ଜାଣିଛନ୍ତି । ଏକ୍ସ ବ୍ୟବହାରକାରୀ ଜନ୍ କୋଲିନ୍ସ ଲେଖିଛନ୍ତି, “ଚୁଡେଲମାନଙ୍କୁ ଭୟ କର ନାହିଁ, ଯେଉଁମାନେ ସେମାନଙ୍କୁ ଜାଳି ଦେଇଛନ୍ତି ସେମାନଙ୍କୁ ଭୟ କର।”

ଏହି ଟୁଇଟ୍ ସେୟାର କରି କଙ୍ଗନା କହିଛନ୍ତି, ‘ଚୁଡେଲମାନେ ଏପରି ମହିଳା ଯେଉଁମାନେ ପିଞ୍ଜରାରେ ବନ୍ଦ ହୋଇ ରହିଛନ୍ତି ଏବଂ ଏଥିସବୁ ପାଇଁ ନିଜକୁ ଦୋଷ ଦେଉଛନ୍ତି । ଯିଏ ନିଜ ମନର ସ୍ୱରକୁ ଦମନ କରେ, ଯିଏ ନିଜ ପାଇଁ ଯୁଦ୍ଧ କରେ ନାହିଁ, ଯିଏ ସର୍ବଦା ଆଶା ହରାଇଥାଏ ଏବଂ ଅନ୍ୟମାନଙ୍କୁ ଦେଖିବା ପରେ ନିଜକୁ କମ୍ ବୋଲି ମନେ କରେ ।

କଙ୍ଗନା ରାନାୱତ ଆହୁରି ଲେଖିଛନ୍ତି, ‘ପିଞ୍ଜରାରେ ବନ୍ଦ ଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ ପ୍ରତିଭାଶାଳୀ ଲୋକଙ୍କର କିଛି ମନ୍ଦ ଶକ୍ତି ରହିଥାଏ ଏବଂ ସେମାନଙ୍କୁ ପୋଡି ପାଉଁଶ କରିଦିଆଯିବା ଉଚିତ୍, ଦୁଃଖ ଅନେକ ପ୍ରକାରରେ ଅଛି ଏବଂ ଇର୍ଷାପରାୟଣ ସେମାନଙ୍କ ମଧ୍ୟରୁ ସବୁଠାରୁ ଦୁଃଖଦାୟକ । ଆପଣ ଇର୍ଷାପରାୟଣ କିମ୍ବା ଅନୁପ୍ରାଣିତ ହୋଇପାରିବେ, ଏକ ସ୍ମାର୍ଟ ବିକଳ୍ପ ପସନ୍ଦ କରିପାରିବେ, ଯେଉଁମାନେ ପ୍ରେରଣା ପାଇବାକୁ ପସନ୍ଦ କରନ୍ତି ସେମାନେ ବିଶେଷ ବ୍ୟକ୍ତି, ପିଞ୍ଜରା ଭାଙ୍ଗନ୍ତି ଏବଂ ମୁକ୍ତ ହୋଇପାରନ୍ତି । ଚୁଡେଲ ଶବ୍ଦଟି ଭୁଲ ଅଟେ ବୋଲି ସେ କହିଛନ୍ତି ।

ଏହା ଉପରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ରବିବାର ଦିନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନାଙ୍କ ଟ୍ୱିଟର ସ୍କ୍ରିନସଟ ସେୟାର କରିଛନ୍ତି । ସେ ‘ବାର୍ଡ’ ଲେଖିଥିଲେ ଏବଂ କଙ୍ଗନା ରାନାୱତଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ । ଯେଉଁଭଳି ଭାବରେ ସେ ଗୋଟିଏ ଶବ୍ଦରେ କଙ୍ଗନାଙ୍କୁ ପ୍ରଶଂସା କରିଛନ୍ତି । ସେଥିପାଇଁ ସେ ଚର୍ଚ୍ଚାରେ ରହିଛନ୍ତି ।

Leave A Reply

Your email address will not be published.