Latest Odisha News

BREAKING NEWS

ଡେଙ୍ଗୁ ମ୍ୟାଲେରିଆ ରୋକିବାକୁ ଯାଜପୁର ସୁଜନପୁରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଯାଜପୁର: ସାରା ରାଜ୍ୟରେ ଆତଙ୍କ ଖେଳାଉଛି ଡେଙ୍ଗୁ ମ୍ୟାଲେରିଆ  । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଉଛି  ।       ଏହାକୁ ପ୍ରତିହତ କରିବାର ଲାଗି ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି  । ଏହି ଅବସରରେ ଆଜି ଯାଜପୁର ବ୍ଲକ ସୁଜନପୁର ପଂଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସୁଜନପୁର ପଂଚାୟତ ସରପଂଚ ବିଷ୍ଣୁପ୍ରିୟା ମହାକୁଡ ଏହି କାର୍ଯ୍ୟକ୍ରମକୁ ନିଜ ପଂଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରିଥିଲେ। ପଂଚାୟତରୁ ବାହାରୁଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ସଂଗ୍ରହ କରି ବର୍ଜ୍ୟବସ୍ତୁକୁ ପରିଚାଳନା କରାଯାଉଛି । ସେଥିପାଇଁ ପଂଚାୟତରେ ରହିଥିବା ସ୍ୱଚ୍ଛ ସାଥୀ ମାନଙ୍କୁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ସମସ୍ତ ସ୍ୱେଚ୍ଛାସେବୀ ମାନେ ଗାଁକୁ ଗାଁ ବୁଲି ସ୍ୱଚ୍ଛତା ସଂପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି  । ବରିଷ୍ଠ ନେତା ଗଣେଶ ମହାକୁଡଙ୍କ ସମେତ ମହିଳା ସ୍ୱେଚ୍ଛାସେବୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.