Latest Odisha News

BREAKING NEWS

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକଙ୍କ ସହାୟତା ନିମନ୍ତେ ଗୋଟିଏ ପାଦ ଆଗକୁ ଆସିଛନ୍ତି ରାଜ୍ୟସରକାର । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ) ମାନସ ମଙ୍ଗରାଜ ଆଜି ଏହି ସହାୟତା ରାଶି ପ୍ରଦାନ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୈନିକ ଖବରକାଗଜ ପ୍ରମେୟର ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡାଙ୍କ ଉଭୟ କିଡନୀ ଅକାମୀ ହୋଇଯାଇଛି । ଆଦିତ୍ୟଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିବା ବେଳେ ଅନ୍ୟ କିଡିନିଟିର ପ୍ରତିରୋପଣ ନିମନ୍ତେ ପ୍ରାୟ ୯ ଲକ୍ଷ ଟଙ୍କା ଆବଶ୍ୟକ ।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଜି ଶ୍ରୀ ମଙ୍ଗରାଜ ପ୍ରାରମ୍ଭିକ ସହାୟତା ପୂର୍ବକ ୨ ଲକ୍ଷ ଟଙ୍କା ଆଦିତ୍ୟଙ୍କୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.