Latest Odisha News

BREAKING NEWS

ଜୋହାନ୍ସବର୍ଗରେ ଅଜବ ସଂଯୋଗ: ୬ ମ୍ୟାଚରେ ୬ ଅଧିନାୟକ

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯାଉଛି । ତେବେ ଏହି ମ୍ୟାଚରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି । ଏଠାରେ ଭାରତ ୬ଟି ମ୍ୟାଚ ଖେଳିଛି ଏବଂ ପ୍ରତ୍ୟେକ ମ୍ୟାଚରେ ଅଲଗା ଅଲଗା ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସବୁଠାରୁ ବଡ କଥା ଭାରତ ଏହି ପିଚରେ ପରାଜିତ ହୋଇ ନାହିଁ । ନୂତନ ଅଧିନାୟକ କେଏଲ ରାହୁଲ ଏହି ଧାରା ବଜାୟ ରଖିପାରୁଛନ୍ତି କି ନାହିଁ ଦେଖିବା କଥା ।

BjdElectrycity

୧୯୯୨ରେ ମହମ୍ମଦ ଆଝାରୁଦ୍ଦିନ, ୧୯୯୭ରେ ସଚିନ ତେନ୍ଦୁଲକର, ୨୦୦୬ରେ ରାହୁଲ ଦ୍ରାବିଡ, ୨୦୧୩ରେ ମହେନ୍ଦ୍ର ସିଂ ଧୋନୀ, ୨୦୧୮ରେ ବିରାଟ କୋହଲି ଏବଂ ୨୦୨୨ରେ କେଏଲ ରାହୁଲ ଏହି ଦାୟିତ୍ୱ ତୁଲାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ଅଛି ।

Leave A Reply

Your email address will not be published.