Latest Odisha News

BREAKING NEWS

ସମ୍ବଲପୁର ମୁଣ୍ଡକାଟ ହତ୍ୟା ଘଟଣା: ସମ୍ପର୍କୀୟ ଭାଇକୁ ଗିରଫ କଲା ପୋଲିସ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର କେଇ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ନାମ ଉଜ୍ଜଳ ମୁଣ୍ଡା ଏବଂ ସେ ମୃତ ସତ୍ୟନାରାୟଣଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।

ସମ୍ବଲପୁର ଏସପି ସଞ୍ଜୀବ ଅରୋରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି କରିଥିବାବେଳେ ସନ୍ଦିଗ୍ଧ ଅବସ୍ଥାରେ ଜଣେ ବ୍ୟକ୍ତି ଜାତୀୟ ରାଜପଥରେ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତା’ ନିକଟରେ ଥିବା ଏକ ବ୍ୟାଗରୁ କଟା ମୁଣ୍ଡକୁ ପୋଲିସ ଜବତ କରିବା ସହ ତାକୁ ଗିରଫ କରିଛି ।

ଆହୁରି ମଧ୍ୟ ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଥିବାବେଳେ ଅଭିଯୁକ୍ତକୁ ଜେରା କରୁଛି ପୋଲିସ । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ପ୍ରଦାନ କରିଛନ୍ତି।

ତେବେ ହତ୍ୟାକାଣ୍ଡର ସଠିକ୍ କାରଣ ଜଣାପଡିନଥିବାବେଳେ ଜମିବାଡି ବିବାଦକୁ ନେଇ ଅଭିଯୁକ୍ତ ଜଣକ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ:- ସମ୍ବଲପୁର: ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡ କାଟି ନେଲେ ଦୁବୃର୍ତ୍ତ

Leave A Reply

Your email address will not be published.