ସମ୍ବଲପୁର: ଗତ ଜାନୁଆରି ମାସ ୩ ତାରିଖରେ ସମ୍ବଲପୁର ସହରର ବୁଢ଼ାରଜାସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡ୍ରେ ସଶସ୍ତ୍ର ଡକାୟତି ଡକାୟତି ହୋଇଥିଲା । ପୋଲିସ ପୁଣି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଦିଲ୍ଲୀ ପୋଲିସ ସହଯୋଗ କରିଥିଲା। ଲୁଟ ସୁନା ବିକି ପାକିସ୍ତାନରୁ ମାରଣାସ୍ତ୍ର କିଣିଛନ୍ତି ଡକାୟତ । ସେମାନଙ୍କ ଠାରୁ ପାକିସ୍ତାନ ତିଆରି ୧୪ଟି ବନ୍ଧୁକ ଜବତ କରାଯାଇଛି ।
ପୂର୍ବରୁ ଏହି ମାମଲାରେ ମାଷ୍ଟର୍ମାଇଣ୍ଡ ସମେତ ୪ ଜଣ ଗିରଫ ହୋଇଥିଲେ। ଏଥି ସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଡକାୟତମାନେ ମଧ୍ୟପ୍ରଦେଶର କଟନୀରୁ ୧୭ କିଲୋ ଓ ରାଜସ୍ଥାନର ଉଦୟପୁରରୁ ୨୫ କିଲୋ ସୁନା ଲୁଟ କରିଥିଲେ।
ସୂଚନାଥାଉକି, ବୁଢ଼ାରଜାସ୍ଥିତ ମଣପୁରମ୍ ଫାଇନାନ୍ସ ଲିମିଟେଡ୍ରେ ସଶସ୍ତ୍ର ଡକାୟତି ଡକାୟତି ହୋଇଥିଲା । ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କିଲୋରୁ ଅଧିକ ଓଜନର ସୁନା ଓ ୪ ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲେ।
Comments are closed.