Latest Odisha News

BREAKING NEWS

ବର୍ଷାଙ୍କ ଆବେଦନକୁ ଖାରଜ କଲେ କୋର୍ଟ; ଅନୁଭବ ଦେବେନି କୌଣସି କ୍ଷତିପୂରଣ

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଷ୍ଟାର ଦମ୍ପତି ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଖବର ସାମ୍ନାକୁ ଆସିଛି । ଅନୁଭବ ଓ ତାଙ୍କର ପରିବାର ବିରୋଧରେ ଅଭିଯୋଗ ଆଣି ବର୍ଷା କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି । ତେଣୁ ବର୍ଷାଙ୍କୁ ଅନୁଭବ କ୍ଷତିପୂରଣ ଦେବେ ନାହିଁ ।

ଦୁହିଁଙ୍କର ଛାଡ଼ପତ୍ର ହୋଇସାରିଥିବାବେଳେ, ଅନୁଭବ ମଧ୍ୟ ଦ୍ବିତୀୟ ବିବାହ କରିସାରିଛନ୍ତି । ହେଲେ ୨୦୨୦ ମସିହାରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏନେଇ ଏକ ମାମଲା  କଟକ ଜେଏମଏଫ୍‌ସି କୋର୍ଟରେ ରୁଜୁ କରାଇଥିଲେ । ଏଥିରେ ସେ ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ ।

ତେବେ ମାମଲାର ଶୁଣାଣି ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣପତ୍ର ପାଇ ପାରି ନାହାନ୍ତି । ଫଳରେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି । ତେଣୁ ବର୍ଷାଙ୍କୁ ଭରଣପୋଷଣ ପାଇଁ ଅନୁଭବ ‌କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

 

Comments are closed.