Latest Odisha News

BREAKING NEWS

ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ସାଙ୍ଗ; ମାଟି ତଳୁ ମିଳିଲା କଙ୍କାଳ

ସମ୍ବଲପୁର:ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିବା ଯୁବକଙ୍କ କଙ୍କାଳ ଉଦ୍ଧାର । ମଦ୍ୟପାନ ବେଳେ ଝଗଡ଼ାକୁ କେନ୍ଦ୍ରକରି ପଥରରେ ଛେଚି ହତ୍ୟା । ସମ୍ବଲପୁର ବରେଇପାଲି ଥାନା ଆରଏମସିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ୩ ମାସ ପରେ ମାଟି ତଳୁ ମିଳିଲା ନିଖୋଜଙ୍କ ଅସ୍ଥି କଙ୍କାଳ । ମାରିବା ପରେ ପୋତି ଦେଇଥିବା ଅଭିଯୋଗରେ ସାଙ୍ଗ ଗିରଫ ।

ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ଆରଏମସିର ଜଣେ ଯୁବକ ରାଜେଶ ଗୁପ୍ତା ଗତ ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିଲେ । ସେପ୍ଟେମ୍ବର ୨୭ରେ ବରେଇପାଲି ଥାନାରେ ତାଙ୍କ ନିଖୋଜ ନେଇ ମାମଲା ରୁଜୁ ହୋଇଥିଲା । ତେବେ ଦୀର୍ଘ ୩ ମାସ ପରେ ମାଟି ତଳୁ ନିଖୋଜ ରାଜେଶଙ୍କ କଙ୍କାଳ ମିଳିବା ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ଅଭିଯୁକ୍ତ ଜଣଙ୍କ ତାଙ୍କ ବନ୍ଧୁ ଭଗବାନ ତାଣ୍ଡି । ଅଭିଯୁକ୍ତ ଭଗବାନ ତାଣ୍ଡି ବି ହତ୍ୟା କରିଥିବା ସ୍ବୀକାର କରିଛି । ଅଭିଯୁକ୍ତକୁ ବରେଇପାଲି ଥାନା ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ବରେଇପାଲି ଥାନାରେ କୃଷ୍ଣାନଗର ଅଞ୍ଚଳର ରାଜେଶ ଗୁପ୍ତା(୩୨) ନିଖୋଜ ଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରର ବରେଇପାଲି ଥାନାରେ କେସ୍‌ ନମ୍ବର ୧୬୦/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ସୂଚନା ଦେଇ ସମ୍ବଲପୁର ସଦର ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି ଯେ, ମୃତକ ରାଜେଶ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସମ୍ବଲପୁରରେ ସେ ନିଜ ବଡ଼ଭାଇଙ୍କ ଘରେ ରହୁଥିଲେ। ତେବେ ସେ କାମ ପାଇଁ ବିଭିନ୍ନ ସ୍ଥାନକୁ ଯାଇ ୨୦ରୁ ୨୫ ଦିନ ପରେ ଘରକୁ ଫେରୁଥିଲେ। ତେଣୁ ଗତ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଘରକୁ ଫେରି ନ ଥିଲେ ମଧ୍ୟ ସେ ଘରକୁ ଫେରିଆସିବେ ଭାବି ପରିବାର ଲୋକେ ପ୍ରଥମେ ଅଭିଯୋଗ କରି ନ ଥିଲେ, କିନ୍ତୁ ମାସେ ବିତିଯିବା ପରେ ବରେଇପାଲି ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସଦର SDPO କହିଛନ୍ତି, ଘଟଣା ଦିନ କଙ୍କାଳ ମିଳିଥିବା ଗଛ ତଳେ ଅଭିଯୁକ୍ତ ଭଗବାନ ତାଣ୍ଡି ଏବଂ ମୃତ ଯୁବକ ରାଜେଶ ଗୁପ୍ତା ମିଶି ମଦ୍ୟପାନ କରୁଥିଲେ । ସେହି ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ଫଳରେ ଅଭିଯୁକ୍ତ ଭଗବାନ ତାଣ୍ଡି ଉତକ୍ଷିପ୍ତ ହୋଇ ସାଙ୍ଗ ରଜେଶକୁ ପଥରରେ ଛେଚି ହତ୍ୟା କରିଥିଲେ ।

 

 

 

Leave A Reply

Your email address will not be published.