ସମ୍ବଲପୁର: ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ସମ୍ବଲପୁର ଏସଡିପିଓ। ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ଥାନା ଇଲାକା ଆମ୍ବପାଳଠାରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଥିଲେ ସମ୍ବଲପୁର ଏସ୍ଡିପିଓ ତପନ ମହାନ୍ତି। ଜ଼ଏ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି ।
ଏସଡିପିଓ ନିଜ କାର୍ ଯୋଗେ ସମ୍ବଲପୁରରୁ ଭୁବନେଶ୍ୱର ଯାଉଥିଲେ । ଆମ୍ବପାଳ ଠାରେ ଏକ ଖାଲରେ ପଡି ଯିବାରୁ ଭାରସାମ୍ୟ କାରଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକ ଏସଡିପିଙ୍କୁ କାର୍ରୁ ଉଦ୍ଧାର କରି । ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି ।
Comments are closed.