ସମ୍ବଲପୁର:ପୁଣି ଏକ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ମହିଳା ପୋଲିସ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଲେ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା(୩୨)। ୪ ମାସ ତଳେ ଛାତ୍ରୀ ଜଣଙ୍କ ଅସଦାଚରଣ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।ଛାତ୍ରୀ ଜଣକ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଗୋପୀକାନ୍ତ ସୁନା ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ।
ତେବେ ଏବେ ଅଭିଯୋଗ ଆଧାରରେ ଅଧ୍ୟାପକଙ୍କୁ ଗିରଫ କରିଛି ମହିଳା ଥାନା। ସମ୍ବଲପୁର ଏସପି ଅଧ୍ୟାପକ ଗିରଫ ନେଇ ସ୍ପଷ୍ଟ କରିଛନ୍ତି । ସୂଚନାଥାଉ କି, ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଦହିତା ଗ୍ରାମର ପ୍ରଫେସର ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ମନା କରି ଦେଇଥିଲେ ବୋଲି ପୀଡ଼ିତା ଛାତ୍ରୀ ଅଭିଯୋଗ କରିଥିଲେ ।
Comments are closed.