Latest Odisha News

ଓଡିଶା ପ୍ରୋ ଟି୨୦ ଲିଗ: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଜିତିଲା ସମ୍ବଲପୁର ୱାରିୟର୍ସ

କଟକ: ବର୍ଷା ଏବେ ଓଡିଶା ପ୍ରୋ ଟି୨୦ ଲିଗର ମଜା ନଷ୍ଟ କରିବାରେ ଲାଗିଛି । ରବିବାର ସମ୍ବଲପୁର ୱାରିୟର୍ସ ଓ ଭୁବନେଶ୍ୱର ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯାଇ ପାରି ନ ଥିଲା । ଉଭୟ ଟିମ ୨ ପଂଏଟ ଲେଖାଏଁ ହାସଲ କରିଥିଲେ । ଶନିବାର ମଧ୍ୟ କଟକ ପାନ୍ଥର୍ସ ଓ ରାଉରକେଲା ଷ୍ଟିଲର୍ସ ମ୍ୟାଚ ବର୍ଷା ଯୋଗୁ ବନ୍ଦ ରହିଥିଲା । ଦ୍ୱିତୀୟ ମ୍ୟାଚ ବେଳକୁ ବର୍ଷା କିଛି ସମୟ ଦୟା ଦେଖାଇଥିଲା । ଯାହା ଫଳରେ ୫ ଓଭର ବିଶିଷ୍ଟ ମୁକାବିଲା ଖେଳାଯିବା ସମ୍ଭବପର ହୋଇଥିଲା । ଏଥିରେ ସମ୍ବଲପୁର ୱାରିୟର୍ସ ୭ ୱିକେଟରେ ପୁରୀ ଟାଇଟାନ୍ସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ପୁରୀ ୫ ଓଭରରେ ୫ ୱିକେଟ ବିନିମୟରେ ୪୮ ରନ କରିଥିଲା ।

ଜବାବରେ ସମ୍ବଲପୁର ୪.୧ ଓଭରରେ ୩ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଶୁଭ୍ରାଂଶୁ ସେନାପତି ୧୨ ବଲରେ ୩୫ ରନ କରି ଅପରାଜିତ ରହିଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ରାଜେଶ ମହାନ୍ତି ୩ଟି ୱିକେଟ ଅକ୍ତିଆର କରିଥିଲେ । ସମ୍ବଲପୁର ୱାରିୟର୍ସ ୧୦ ପଂଏଟ ସହ ଏବେ ପଂଏଟ ଟେବୁଲର ଆଗରେ ରହିଛି ।

Comments are closed.