Latest Odisha News

BREAKING NEWS

ସିଲଭର ସିଟିରେ ବଢ଼ୁଛି ସଂକ୍ରମଣ, ଆଉ ୫୪ ପଜିଟିଭ

କଟକ: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ପ୍ରତିଦିନ ବଢ଼ୁଛି ସଂକ୍ରମିତ ସଂଖ୍ୟା । ଏହାରି ଭିତରେ ଆଜି ସିଲଭର ସିଟି କଟକରୁ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜଣ ସରକାରୀ ସଙ୍ଗରୋଧର ଥିବା ବେଳେ ୪୧ ଜଣ ହୋମ୍ କ୍ୱାରେଂଟିନ୍‌ର ଅଛନ୍ତି । ସେହିପରି ୨ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କଟକ ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟ କୋଭିଡ ଯୋଦ୍ଧା(ଯୁବତୀ) ଅଛନ୍ତି । ସେହିପରି ସୁତାହାଟର ଜଣେ ୪୫ ବର୍ଷୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଂଚିଛି । ସେଥିମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୯ଟି ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.