Latest Odisha News

BREAKING NEWS

ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ; ରାଜରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଡ୍ରାଇଭର

ଭୁବନେଶ୍ୱର : ଜିଦ୍‌ରେ ଅଟଳ ଅଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ କରୁଛନ୍ତି ଜୋରଦାର । ଏବେଠୁ ଦେଖା ଗଲାଣି ଟ୍ରାଫିକ ସମସ୍ୟା । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା ।

ଉଚିତ ଦରମା, ଚାକିରି ସୁରକ୍ଷା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍ ଆଦି ୧୦ ଦଫା ଦାବି ନେଇ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ଡ୍ରାଇଭର ମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ।

ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନଥିଲା ତେଣୁ ଆଜି ସକାଳୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଶୁଣାଇସାରିଛି ଡ୍ରାଇଭର ମହାସଂଘ ।

ସେପଟେ ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଲୋକେମାନେ ଯେପରି ଅସୁବିଧାର ସମ୍ମୁଖୀନ ନହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ଯଦି କେହି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ୧୧୨କୁ କଲ୍ କରିବା ଲାଗି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି ।

 

Leave A Reply

Your email address will not be published.