Latest Odisha News

BREAKING NEWS

ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ୱାଙ୍ଖଡେଙ୍କ ବାପା

ନୂଆଦିଲ୍ଲୀ: ସମୀର ୱାଙ୍ଖଡେଙ୍କ ପିତା ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କୁ ଆର୍ୟନଙ୍କ ଗିରଫ ପରଠୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଦିନକୁ ଦିନ ମନ୍ତ୍ରୀ ଓ ୱାଙ୍ଖଡେଙ୍କ ବିରୋଧରେ ତିକ୍ତତା ବଢିବାରେ ଲାଗିଛି।

ୱାଙ୍ଖଡେଙ୍କ ଓକିଲ କହିଛନ୍ତି ଯେ ମଲିକ ୱାଙ୍ଖଡେଙ୍କ ପରିବାରକୁ “ଠକେଇ ଏବଂ ସେମାନଙ୍କର ଧାର୍ମିକ ବିଶ୍ୱାସ ଉପରେ ପ୍ରଶ୍ନ କରି କହିଛନ୍ତି ଯେ ସେମାନେ ହିନ୍ଦୁ ନୁହଁନ୍ତି”। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଲିକ ସମସ୍ତଙ୍କୁ ଏକ ଠକ ବୋଲି କହିଛନ୍ତି।

ନବାବ୍‌ଙ୍କ ଏଭଳି ଅଭିଯୋଗ ଦ୍ବାରା ୱାଙ୍ଖଡେଙ୍କ ପରିବାର ସଦସ୍ୟଙ୍କ ନାମ, ଚରିତ୍ର, ପ୍ରତିଷ୍ଠା ଏବଂ ସାମାଜିକ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚିଛି।

Comments are closed.