Latest Odisha News

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଡ୍ରୋନ୍‌ ହମ୍‌ଲା; ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ଏକ ବିସ୍ଫୋରକ ବୋଝେଇ ଡ୍ରୋନ୍ ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦମିଙ୍କ ବାସଭବନ ଉପରେ ହମ୍‌ଲା କରିଥିବା ସୂଚନା ମିଳିଛି। ରବିବାର ସକାଳେ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି। ତେବେ ଇରାକ ପ୍ରଧାନମନ୍ତ୍ରୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଏହାକୁ ଇରାକ୍‌ ସେନା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ଥିବା କହିଛି। ତେବେ ଖବର ଅନୁଯାୟୀ ଏହି ଆକ୍ରମଣରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।

ଇରାକ ସୈନ୍ୟ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଆକ୍ରମଣ କାଦିମିର ବାଗଦାଦ ବାସଭବନର ଗ୍ରୀନ୍ ଜୋନ୍‌କୁ ଟାର୍ଗେଟ କରିଛି। ତେବେ ଏହି ସମୟରେ ସେନା ପକ୍ଷରୁ କୌଣସି ଅତିରିକ୍ତ ସୂଚନା ଦିଆଯାଇ ନାହିଁ।

ଏଥି ସହ କାଦିମି ଆକ୍ରମଣ ପରେ ଟୁଇଟ୍ କରି କହିଛନ୍ତି ଯେ ସେ ସୁରକ୍ଷିତ ଅଛନ୍ତି। ଶାନ୍ତି ବଜାୟ ରଖିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି।

Leave A Reply

Your email address will not be published.