Latest Odisha News

ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀ: ଆଜି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ। କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସକାଳ ୧୦ଟାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଏହା ଅପରାହ୍ନ ୩ଟାରେ ଶେଷ ହେବ।

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆରମ୍ଭ ହେବ ବୈଠକ। ଦିଲ୍ଲୀର ଏନଡ଼ିଏମସି କନଭେନସନ୍ ସେଣ୍ଟରରେ ବୈଠକ ହେବ। କୋଭିଡ଼ ସ୍ଥିତି ଦେଖାଦେବା ପରେ ପ୍ରଥମ ଥର ଲାଗି ବିଜେପି ପକ୍ଷରୁ ପ୍ରତ୍ୟେକ୍ଷଭାବରେ ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଉଛି। ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ଥିବାରୁ ନିର୍ବାଚନ ରଣନୀତି ସମେତ ବିଭିନ୍ନ ଏଜେଣ୍ଡା ଉପରେ ବୈଠକରେ ଆଲୋଚନା ହେବ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ସମେତ ୧୨୪ଜଣ ସଦସ୍ୟ ଅଂଶ ଗ୍ରହଣ କରିବେ। ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡ଼କ ତଥା ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ବୈଠକରେ ଉପସ୍ଥିତ ରହିବେ। ଏହାସହ ୩୬ରାଜ୍ୟର ପଦାଧିକାରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭର୍ଚୁଆଲ ଜରିଆରେ ସାମିଲ ହେବେ।

Leave A Reply

Your email address will not be published.