Latest Odisha News

BREAKING NEWS

ଜଟିଳ ପରିସ୍ଥିତି ଦେଇ ଗତି କରୁଛି ପାକିସ୍ତାନ: ୩୨ଟି ସିଙ୍ଗଡାର ମୂଲ୍ୟ ୮୦୦ ଟଙ୍କା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଯାହା ପାକିସ୍ତାନର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପରିସ୍ଥିତି ଏପରି ଯେ ଗୋଟେ ସିଙ୍ଗଡାର ଦର ଶୁଣି ଆପଣଙ୍କର ହୋସ୍ ଉଡିଯିବ ।

ଭାରତରେ ସାଧାରଣତଃ ଆପଣଙ୍କୁ ୧୦ଟଙ୍କାରେ ଗୋଟେ ସିଙ୍ଗଡା ମିଳିଯିବ । ଯଦି ଆପଣ କୌଣସି ବଡ ବଡ ରେଷ୍ଟୁରାଣ୍ଟକୁ ଯାଉଛନ୍ତି ତେବେ ସେଠି ଆପଣଙ୍କୁ ଅତି ବେଶୀରେ ଗୋଟେ ସିଙ୍ଗଡା ପାଇଁ ୨୦ଟଙ୍କା ଦେବାକୁ ପଡିବ । କିନ୍ତୁ ପାକିସ୍ତାନରେ ଗୋଟେ ସିଙ୍ଗଡାର ଦାମ ୪୦ଟଙ୍କା । କାର୍ଲ ରକ୍ ନାମକ ଜଣେ ନ୍ୟୁଜିଲାଣ୍ଡର ୟୁଟ୍ୟୁବର ପାକିସ୍ତାନର ଫୈସଲାବାଦ ବୁଲିବାକୁ ଯାଇଥିଲେ । ଫୈସଲାବାଦର ଘଣ୍ଟା ଚୌକରେ ଥିବା ଗୋଟେ ସାଧାରଣ ଦୋକାନରେ ସେ ସିଙ୍ଗଡା ଖାଇଥିଲେ । ସେଠାରେ ସେ ୨ଟି ସିଙ୍ଗଡା ପାଇଁ ୮୦ଟଙ୍କା(ପାକିସ୍ତାନୀ ଟଙ୍କା ହିସାବରେ) ଦେଇଥିଲେ । ଅନ୍ୟପଟେ ପାକିସ୍ତାନର ଅନଲାଇନ ଗ୍ରୋସରୀ ଡେଲିଭରୀ ପ୍ଲାଟଫର୍ମକୁ ଚେକ୍ କରିବା ପରେ ଜଣାପଡିଥିଲା ଯେ, ସେଥିରେ ୩୨ଟି କଞ୍ଚା ଆଳୁ ଦିଆ ସିଙ୍ଗଡାର ଦାମ୍ ୬୫୦ ପାକିସ୍ତାନୀ ଟଙ୍କା ଥିଲା | ସେହିପରି ସମାନ ପ୍ୟାକେଟ୍ ଚିକେନ୍ ସିଙ୍ଗଡାର ମୂଲ୍ୟ ୮୦୦ ପାକିସ୍ତାନୀ ଟଙ୍କା ଥିଲା | ଏହି ମାମଲା ଏପରି ଜଟିଳ ହୋଇଗଲା ଯେ, ଏହା ସିଧାସଳଖ ପାକିସ୍ତାନ କୋର୍ଟରେ ପହଞ୍ଚିଲା ।

ସୂଚନାଯୋଗ୍ୟ ଯେ, ୨୦୦୯ ମସିହାରେ ପାକିସ୍ତାନର ଏକ ପ୍ରାଦେଶିକ କୋର୍ଟ ସିଙ୍ଗଡାର ମୂଲ୍ୟ ୬ ଟଙ୍କା ସ୍ଥିର କରିଥିଲେ। ଏହାର ଅର୍ଥ ଯଦି ଜଣେ ଦୋକାନୀ ଗୋଟେ ସିଙ୍ଗଡାକୁ ୬ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରନ୍ତି ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିବ । ଏହି ଜୋରିମାନା ନିଷ୍ପତ୍ତି ବିରୋଧରେ ପଞ୍ଜାବ ବେକର୍ସ ଏବଂ ମିଠା ଫେଡେରେସନ୍ ଦୀର୍ଘ ସମୟଧରି କୋର୍ଟରେ ଲଢିଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ସେ ଶେଷରେ ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ । ପରେ ଲାହୋର ହାଇକୋର୍ଟ ଏହି ମାମଲାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଶେଷରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା ଏହି ମାମଲା । ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ୨୦୧୭ରେ ତାଙ୍କର ରାୟ ଦେଇଥିଲେ । ପାକିସ୍ତାନୀ ସୁପ୍ରିମ କୋର୍ଟଙ୍କ ରାୟ ପଞ୍ଜାବ ବେକର୍ସ ଏବଂ ମିଠା ଫେଡେରେଶନର ସପକ୍ଷରେ ଆସିଥିଲା । ବର୍ତ୍ତମାନ କିନ୍ତୁ ପାକିସ୍ତାନର ଅର୍ଥନୀତି ଜଟିଳ ପରିସ୍ଥିତି ଦେଇ ଗତି କରୁଥିବାରୁ ଏବେ ସିଙ୍ଗଡାର ମୂଲ୍ୟ ଢେର୍ ଗୁଣା ବୃଦ୍ଧି ପାଇଛି ।

Leave A Reply

Your email address will not be published.