Latest Odisha News

BREAKING NEWS

ତୃତୀୟ ବିବାହ ପରେ ମୁହଁ ଖୋଲିଲେ ଶୋଏବ

ଲାହୋର: ପାକିସ୍ତାନ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କଠାରୁ ଅଲଗା ହୋଇ ସନା ଜାଭେଦଙ୍କୁ ବିବାହ କରିଛନ୍ତି । ଏହି ବିବାହ ନେଇ ଶୋଏବଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । କିଛି ଦିନ ଚୂପ ରହିବା ପରେ ସେ ଏ ନେଇ ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସର୍ବଦା ହୃଦୟର କଥା ଶୁଣିବା ଉଚିତ । ଲୋକ କଣ କହିବେ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ । ଏହା ବୁଝିବାକୁ ହୁଏତ ବହୁତ ଦିନ ଲାଗିପାରେ, ମାତ୍ର ଯେବେ ତୁମେ ହୃଦୟର କଥା ଶୁଣିବ ସେ ଦିନ ପ୍ରକୃତ ଜୀବନର ମୂଲ୍ୟ ବୁଝିବ ।

ସାନିଆଙ୍କ ବାପା ଏହା ପୂର୍ବରୁ କହିଥିଲେ, ତାଙ୍କ ଝିଅ ସର୍ବଦା ନିଜ ବ୍ୟକ୍ତିଗତ ଜୀବନ ସାଧାରଣ ଲୋକଙ୍କଠାରୁ ଦୂରେଇ ରଖିଥାନ୍ତି । ସାନିଆ ଓ ଶୋଏବଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି । ଉଭୟ ଭାବିଚିନ୍ତି ଏହି ପଦକ୍ଷେପ ନେଇଛନ୍ତି । ଶୋଏବ ପ୍ରଥମେ ଭାରତର ଆୟଶା ସିଦ୍ଦିକଙ୍କୁ ବିବାହ କରିଥିଲେ । ସେ ତାଙ୍କୁ ଛାଡପତ୍ର ଦେଇ ସାନିଆଙ୍କୁ ୨୦୧୦ରେ ବିବାହ କରିଥିଲେ । ୮ ବର୍ଷ ପରେ ସେମାନଙ୍କ ଇଜହାନ ମିର୍ଜା ନାମକ ପୁଅ ହୋଇଥିଲା । ବିବାହର ୧୩ ବର୍ଷ ପରେ ଉଭୟ ଅଲଗା ହୋଇଛନ୍ତି ।

Leave A Reply

Your email address will not be published.