Latest Odisha News

BREAKING NEWS

ମୟଙ୍କଙ୍କ ବିରୋଧରେ ରଚା ଯାଇଥିଲା କି ଷଡଯନ୍ତ୍ର, ପୋଲିସ କରିବ ତଦନ୍ତ

ନୂଆଦିଲ୍ଲୀ: ଭାରତର ଓପନିଂ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ବିମାନରେ ଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅଗରତାଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ସବୁ କିଛି ଠିକ ଠାକ ଥିବା ବେଳେ ସେ କାହିଁକି ହଠାତ ଅସୁସ୍ଥ ହୋଇ ପଡିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୟଙ୍କ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚା ଯାଇଥିବା ନେଇ ମ୍ୟାନେଜର ମାଧ୍ୟମରେ ପୋଲିସରେ ଅଭିଯୋଗ କରିଛନ୍ତି । ମୟଙ୍କ ଇଣ୍ଡିଗୋ ଫ୍ଲାଇଟରେ ତାଙ୍କ ସିଟ ପାଖରେ ଥିବା ପାନୀୟ ଦ୍ରବ୍ୟକୁ ପିଇବା ପରେ ହଠାତ ଗଳା ଏବଂ ମୁହଁରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେ କଥା ମଧ୍ୟ କହି ପାରୁ ନ ଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ଆଇଏଲଏସ ଡାକ୍ତରଖାନାକୁ ଅଣା ଯାଇଥିଲା । ସେଠାରେ ଆଇସିୟୁରେ ତାଙ୍କୁ ଭର୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଯଥାସମ୍ଭବ ୩୧ରେ ତାଙ୍କୁ ଡାକ୍ତରଖାନାରୁ ଛୁଟି ମିଳିପାରେ । ମୟଙ୍କଙ୍କ ସିଟ ପାଖରେ ରଖା ଯାଇଥିବା ତରଳ ପଦାର୍ଥ କେଉଁଠାରୁ ଆସିଥିଲା ଓ ଏଥିରେ କଣ ଥିଲା ତାର ତଦନ୍ତ କରାଯିବ । ସ୍ୱାସ୍ଥ୍ୟ ସଚିବ କିରଣ ଗୁଟ୍ଟେ ଘଟଣାର ତଦନ୍ତ କରାଯିବା ସହ ତାଙ୍କ ଚିକିତ୍ସା ପାଇଁ ସମସ୍ତ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ମୟଙ୍କ ଚଳିତ ରଣଜୀ ଟ୍ରଫି କ୍ରିକେଟରେ କର୍ଣ୍ଣାଟକ ଦଳର ନେତୃତ୍ୱ ନେଇଛନ୍ତି ।

Leave A Reply

Your email address will not be published.