Latest Odisha News

୩୦ବର୍ଷ ପରେ ସମସପ୍ତକ ଯୋଗ;ଏହି ରାଶିମାନେ ରୁହନ୍ତୁ ଅଧିକ ସତର୍କ…

ଭୁବନେଶ୍ବର:ଦୀର୍ଘ ୩୦ବର୍ଷ ପରେ ୨୮ ଜୁଲାଇରୁ ସମସପ୍ତକ ଯୋଗ ସୃଷ୍ଟି ହେଉଛି । ଏହି ଯୋଗରେ ଶନି ଏବଂ ମଙ୍ଗଳ ପରସ୍ପର ୧୮୦ଡିଗ୍ରୀ କୋଣରେ ଅବସ୍ଥିତ ହୋଇଥାନ୍ତି । ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରିଛନ୍ତି ଓ ମଙ୍ଗଳ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି । ଏହିପରି ଏହି ଦୁଇଟି ଗ୍ରହ ମୁହାଁମୁହିଁ ହୋଇ ସମସପ୍ତକ ଯୋଗ ଗଠନ କରିବେ ।

ଏହି ଯୋଗ ଦ୍ବାରା କିଛି ରାଶିର ଲୋକଙ୍କୁ ବିଶେଷ ସତର୍କ ରହିବାକୁ ପଡିବ । କାରଣ ସେମାନଙ୍କ ଜୀବନରେ ଅନେକ ପ୍ରକାରର ଅସୁବିଧାମାନ ସୃଷ୍ଟି ହୋଇପାରେ ।

ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ…

କର୍କଟ :ସମସପ୍ତକ ଯୋଗର ପ୍ରଭାବ କର୍କଟ ରାଶି ଉପରେ ପଡିବ । ଏହି ରାଶିର ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ । ଆର୍ଥିକ କ୍ଷତି ସହି ପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । ଶତ୍ରୁ ବଢି ପାରନ୍ତି ଓ ପାରିବାରିକ ବିବାଦ ସୃଷ୍ଟି ହୋଇପାରେ । ଚାକିରିରେ ସମସ୍ୟା ଦେଖାଦେଇପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲରେ ଚିନ୍ତା କରନ୍ତୁ , ନହେଲେ ଜୀବନରେ ସମସ୍ୟା ଦେଖାଦେଇପାରେ ।

ମେଷ :ଏହି ରାଶି ପୂର୍ବରୁ ଶନିଙ୍କ ସାଢେସାତି ଦ୍ୱାରା ପ୍ରଭାବିତ । ଏବେ ମଙ୍ଗଳ ଷଷ୍ଠ ଘରେ ପ୍ରବେଶ କରିବାରୁ ପରିସ୍ଥିତି ଅଧିକ ଜଟିଳ ହେବ । ମେଷ ରାଶିର ବ୍ୟକ୍ତିମାନଙ୍କୁ ଏହି ସମୟରେ ବିଶେଷ ସତର୍କ ରହିବାକୁ ପଡିବ । ଅଯଥା ଖର୍ଚ୍ଚ ବଢ଼ିପାରେ। ମାନସିକ ଚାପ ସୃଷ୍ଟି ହେବ । କାମରେ ବାଧା ଦେଖା ଦେଇପାରେ ।

ମିଥୁନ: ମଙ୍ଗଳ ତୃତୀୟ ଘରେ ରହିବେ ଏବଂ ଶନି ଦ୍ୱାଦଶ ଘରେ । ଏହା ଫଳରେ ଯୋଗାଯୋଗ, ମାନସିକ ଚାପ, ପାରିବାରିକ ସମସ୍ୟା ଏବଂ ଅର୍ଥହାନୀ ଭଳି ସମସ୍ୟା ଦେଖାଦେଇପାରେ । ଜବ୍ / ବ୍ୟବସାୟରେ ପରିବର୍ତ୍ତନର ପରିସ୍ଥିତି ଆସିପାରେ । ତେଣୁ ଏହି ସମୟରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ତେବେ ଏହି ଯୋଗ ସମୟରେ, ଶନି ଏବଂ ମଙ୍ଗଳଙ୍କ ମନ୍ତ୍ର ଜପ କରନ୍ତୁ । ହନୁମାନଙ୍କୁ ପୂଜା କରନ୍ତୁ। ଏଥିସହ ଖର୍ଚ୍ଚ ଦେଖିଚାହିଁ କରନ୍ତୁ ଏବଂ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ ।

Comments are closed.