Latest Odisha News

BREAKING NEWS

ସାମସଙ୍ଗ୍‌ ଗାଲାକ୍ସି ଏ ସିରିଜ୍‌ ଉପରେ ଆକର୍ଷଣୀୟ ଅଫର୍; ଜାଣନ୍ତୁ କଣ ରହିଛି ଅଫର୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଭାରତରେ ଏହାର ଗାଲାକ୍ସି ଏ ସିରିଜ୍‌ ସ୍ମାର୍ଟଫୋନ ଉପରେ  ଆକର୍ଷଣୀୟ କ୍ୟାସ୍‌ବ୍ୟାକ୍‌ ଅଫର୍‌ ଘୋଷଣା କରିଛି। ଚାରୋଟି ଗାଲାକ୍ସି ଏ ସିରିଜ୍ ସ୍ମାଟ୍‌ଫୋନ୍‌ ଉପରେ କ୍ୟାସ୍‌ବ୍ୟାକ୍‌ ଅଫର୍‌ ମିଳିବ।

ଗାଲାକ୍ସି ଏ ୭୧, ଗାଲାକ୍ସି ଏ ୫୧, ଗାଲାକ୍ସି ଏ ୩୧ ଏବଂ ଗାଲାକ୍ସି ଏ ୨୧ ଏଥିରେ  ଅନ୍ତଭୁର୍କ୍ତ। ଆଗ୍ରହୀ ଗ୍ରାହକମାନେ ସାମ୍‌ସଙ୍ଗ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ ମାଧ୍ୟମରେ କ୍ୟାସ୍‌ବ୍ୟାକ୍‌ ଅଫର୍‌ର ଲାଭ ଉଠାଇପାରିବେ। ଏହି ଅଫର୍‌ ଗ୍ରାହକଙ୍କ ପାଇଁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ। ଏଥିରେ ଗ୍ରାହକଙ୍କୁ କୌଣସି ଡାଉନ୍‌ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ।

ଗାଲାକ୍ସି ଏ ୭୧ର ମୂଲ୍ୟ ୨୯,୪୯୯ ଟଙ୍କା ରହିଥିବା ବେଳେ ଏଥିରେ ୧୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ।

‌ସେହିପରି ଗାଲାକ୍ସି ଏ ୫୧ରେ ନଗଦ ୧୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର୍‌ ପାଇପାରିବେ ଗ୍ରାହକ।

ଗାଲାକ୍ସି ଏ ୩୧ର ମୂଲ୍ୟ ୧୯,୯୯୯ ଟଙ୍କା ରହିଥିବା ବେଳେ ଏଥିରେ ୧୦୦୦ ଟଙ୍କା କ୍ୟାସ୍‌ବ୍ୟାକ୍‌ ଅଫର୍‌ ରହିଛି।

ଗାଲାକ୍ସି ଏ ୨୧ରେ ଗ୍ରାହକ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌ ଅଫର୍‌ ପାଇପାରିବେ।

Leave A Reply

Your email address will not be published.