ବ୍ୟୁରୋ: ଆରମ୍ଭ ହେଲା ଉତ୍ସବ ଋତୁ । ପୂଜା ପର୍ବାଣୀରେ କମ୍ପିବ ଗାଁଠୁ ସହର । ଘରେ ଘରେ ଉତ୍ସାହ ଓ ଉଦ୍ଦିପନା । ନୂଆ ଜିନିଷ କିଣାକିଣିର ଚାଲିବ ପର୍ବା ଆପଣମାନେ ନିହାତି ପୂଜା ବଜାରରୁ ଘରକରଣା କିମ୍ବା ବୈଦ୍ୟୁତିକ ଉପକରଣ କିଣିବାକୁ ପ୍ଲାନ୍ ତ କରିଥିବେ । ହେଲେ କଣ ପୂଜା ବଜାର ପୂର୍ବରୁ କିଣିବେ ନା ପୂଜା ସମୟରେ କିଣିବେ ସାମଗ୍ରୀ । ଆପଣ ରଖିଥିବା ବଜେଟ୍ରେ ଆପଣ ସେହି ଉପକରଣ କିଣିପାରିବେ କି ନାହିଁ ? କଣ ପୂଜା ବଜାର ଏଥର ଶସ୍ତା ନା ମହଙ୍ଗା ହେବ ସାଧାରଣ ଲୋକଙ୍କ ପାଇଁ ? ଆଜ୍ଞା, ପୂଜା ପୂର୍ବରୁ ଗ୍ରାହକଙ୍କ ପାଇଁ ରହିଛି ଟିକେ ଦୁଃଖ ଖବର । ବୃଦ୍ଧି ହୋଇପାରେ କିଛି ବୈଦ୍ୟୁତିକ ଉପକରଣର ମୂଲ୍ୟ । ଏସି, ଟିଭି, ୱାସିଂମେସିନ୍ ମୂଲ୍ୟରେ ଆସିପାରେ ସାମାନ୍ୟ ସଂଶୋଧନ । ଅକ୍ଟୋବର ୧ରୁ ସାମାନ୍ୟ ବୃଦ୍ଧି ପାଇପାରେ ବିଭିନ୍ନ ଉପକରଣର ଦରଦାମ୍ । ଏସି, ଟିଭି ଓ ଅନ୍ୟାନ୍ୟ ଉପକରଣର ମୂଲ୍ୟ ପ୍ରାୟ ୮ପ୍ରତିଶତ ଯାଏଁ ବୃଦ୍ଧି ପାଇପାରେ । ଏସି ୫ରୁ ୮ପ୍ରତିଶତ ୱାସିଂମେସିନ୍ ଓ ଏଲଇଡି ଟିଭି ଦର ୩ରୁ ୪ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଲାଣି । ପ୍ରମୁଖ ପର୍ବପର୍ବାଣୀ ପୂର୍ବରୁ ଅଗ୍ରଣୀ ଘରୋଇ ଉପକରଣ ଓ ଇଲେକଟ୍ରୋନିକ୍ସ ନିର୍ମାତା ମାନେ ଦରଦାମ୍ ବୃଦ୍ଧିର ପ୍ଲାନିଂ ରଖିଛନ୍ତି । ତମ୍ବା, ଇସ୍ପାତ ଓ ଅଶୋଧିତ ତୈଳଜାତ ଦ୍ରବ୍ୟର ଦରଦାମ ବୃଦ୍ଧି ଏବଂ ପଶ୍ଚିମ ଏସିଆ ସଙ୍କଟ ଯୋଗୁ ମୁଦ୍ରା ବିନିମୟ ହାରରେ ଅସ୍ଥିରତା କାରଣରୁ ଏହି ମୂଲ୍ୟ ବୃଦ୍ଧି ହେଉଛି । ତାସହ ପରିବହନ ଖର୍ଚ୍ଚ ମଧ୍ୟ ବ୍ୟବସାୟୀଙ୍କୁ ବାଧୁଛି । ତେଣୁ ମୁଲ୍ୟରେ ସଂଶୋଧନର ଆବଶ୍ୟକତା ରହୁଛି ବୋଲି ମତ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ଉପକରଣ ଦାମ୍ ବୃଦ୍ଧି ତୃତୀୟ ଥର ପାଇଁ ହେଉଛି । ଏହି ସବୁ ସାମଗ୍ରୀରେ ଦରବୃଦ୍ଧି ପୂଜା ବଜାର ପ୍ରଭାବିତ କରିପାରେ । ଗ୍ରାହକ ନକିଣିପାରନ୍ତି, କିମ୍ବା ପୂଜା ବଜାର ମାନ୍ଦା ରହିପାରେ । ସେପଟ ଡିଲର ଓ ବିତରକ ମାନେ ଅଗଷ୍ଟ ଓ ସେପଟେମ୍ବରରେ ପ୍ରି-ବାଇଂ ସ୍କିମ୍ ମାଧ୍ୟମରେ ପୁରୁଣା ମୂଲ୍ୟରେ କିଣାଯାଇଥିବା ଇନଭେଂଟ୍ରିିକୁ ମହଜୁଦ କରିସାରିଛନ୍ତି । ଦେଖାଯାଉ ଏଥର ପୂଜା ବଜର ମାନ୍ଦା ରହୁଛି ନା ଗ୍ରାହକଙ୍କୁ ସୁହାଇବ ଦରଦାମ ବୃଦ୍ଧି ।
BREAKING NEWS
- ଅଟୋକୁ ଧକ୍କା ଦେଲା ଟ୍ରକ୍; ୭ ଗୁରୁତର
- ହସ୍ପିଟାଲରେ ଭର୍ତ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ
- ଶନିବାର ସକାଳୁ ଥରିଲା ଶିମଲା, ୪.୧ ତୀବ୍ରତାର ଭୂମିକମ୍ପ
- Gold winning hockey players:ପୁରୁଷ ଓ ମହିଳା ହକି ଟିମ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ;ଓଡ଼ିଆ ଖେଳାଳୀଙ୍କୁ ୨୦ ଲକ୍ଷ ଲେଖାଏଁ ସ୍ୱତନ୍ତ୍ର ପୁରସ୍କାର
- ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ୍ ଦଳ ଘୋଷଣା: ବାଦ୍ ପଡ଼ିଲେ ଅଭିଜ୍ଞ ପେସର୍ ମହମ୍ମଦ ସାମି
- ସରପଞ୍ଚ,ନାଏବ ସରପଞ୍ଚଙ୍କୁ ମିଳିବ ୬ ମାସର ସମ୍ମାନ ରାଶି; ଜାଣନ୍ତୁ କେତେ…
- ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତର ଦିନିକିଆ ଏବଂ ଟେଷ୍ଟ୍ ଦଳ ଘୋଷଣା
- ଭିନୁ ମଙ୍କଡ ଟ୍ରଫି: ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଖେଳିଲେ ବିସ୍ଫୋରକ ଶତକୀୟ ଇନିଂସ
- Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ

Comments are closed.