Latest Odisha News

BREAKING NEWS

ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ସନା ମହାକୁଡ଼ଙ୍କ ପ୍ରତିକ୍ରିୟା: କହିଲେ, ବିଜେଡି ସହ ଅଛି ରହିବି

ଭୁବନେଶ୍ୱର: ବିଜେଡି ହାରିବା ପରେ ଏବେ ଅଲାଗ ଅନ୍ଦାଜରେ ନଜର ଆସୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। କିନ୍ତୁ ଦଳକୁ ପୁଣି ମଜଭୁତ୍ କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ନେତା, କର୍ମୀ ସମସ୍ତଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା କରୁଛନ୍ତି। ଆଜି ଗୃହ ବାହାରେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡଙ୍କୁ ଦେଖି ଚିହିଁକି ଉଠିଥିଲେ ନବୀନ। ତାଙ୍କୁ ଭରା ମଇଦାନରେ ତାଗିଦ୍ କରିଥିଲେ। ନବୀନଙ୍କ ତାଗିଦ୍ ପରେ ସନା ମହାକୁଡ଼ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡଙ୍କୁ ଏ ସମ୍ପର୍କରେ ପଚରାଯିବାକୁ ସେ କହିଛନ୍ତି, ବିଜେଡି ସହ ଅଛି, ରହିଛି, ଆଗକୁ ମଧ୍ୟ ରହିବି। ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ। ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ହେଲେ ବିଜେଜି ବୈଠକକୁ କାହିଁକି ଆସିଲେନି ବୋଲି ନବୀନ ପଚାରିଲେ। ଅସୁସ୍ଥତା ଥିବା କହିଲି। ହେଲେ ବିଜେପି ଆଡକୁ ଯାଉଛନ୍ତି କି ବୋଲି ସେ ପଚାରିନାହାଁନ୍ତି। ସେ ଦଳର ମୁରବି, ପଚାରିବା ଅଧିକାର ତାଙ୍କର ଅଛି ବୋଲି କହିଛନ୍ତି ସନାତନ।

ସୂଚନା ଥାଉକି ଆଜି ଯେତେବେଳେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଜେଟ ଅଧିବେଶନରେ ଯୋଗ ଦେବାକୁ ବିଧାନସଭା ଭିତରକୁ ପ୍ରବେଶ କରୁଥାନ୍ତି, ସେତେବେଳେ ସନାତନଙ୍କୁ ଦେଖି ସିଧା ପ୍ରଶ୍ନବାଣ ମାରିଥିଲେ ନବୀନ । ଗତକାଲି ହୋଇଥିବା ବିଜେଡି ବୈଠକରେ କାହିଁକି ସନାତନ ଯୋଗ ଦେଇନଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଉତ୍ତରରେ ସନାତନ କିଛି କହିନଥିଲେ ।

 

Comments are closed.