Latest Odisha News

BREAKING NEWS

ମାନସ ସାହୁ ଙ୍କ ସ୍ୟାଣ୍ଡ୍ ଆନିମେସନ ଯାଦୁରେ ମନ୍ତ୍ର ମୁଗ୍ଧ ହେଲେ ଦର୍ଶକ

ନୂଆଦିଲ୍ଲୀ/ଭୁବନେଶ୍ବର: ଦିଲ୍ଲୀ ର ପ୍ରସିଦ୍ଧ ଭାରତ ମଣ୍ଡପମ ରେ ୨୦ ମିନିଟ୍ ରେ ମୁଠାଏ ବାଲିର ଯାଦୁ ଦେଖାଇଲେ ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ । ତାଙ୍କର ଏହି କଳା ଯାଦୁଗରୀ କୁ ଦେଖିଥିଲେ ଶହ ଶହ ଦର୍ଶକ । ଗଭରମେଣ୍ଟ ଅଫ ଇଣ୍ଡିଆ, ଦିଲ୍ଲୀ ଗଭରମେଣ୍ଟ, ଗେଲ (GAIL), ବିପିସିଏଲ (BPCL), ଆଇଜିଏଲ (IgL) ଭଳି ପ୍ରସିଦ୍ଧ କମ୍ପାନୀ ମାନଙ୍କ ର ଉଚ୍ଚ ଅଧିକାରୀ ଓ କର୍ମକର୍ତ୍ତା ମାନେ ଏହି ସ୍ୟାଣ୍ଡ ଆର୍ଟର ଭୁରୀ ଭୁରୀ ପ୍ରଶଂସା କରିଥିଲେ ।

ସେମାନେ ଆନ୍ତର୍ଜାତିକ ପ୍ରସିଦ୍ଧ ସ୍ୟାଣ୍ଡ ଆନିମେଟର ମାନସ ସାହୁ ଙ୍କ ସ୍ୟାଣ୍ଡ ଆନିମେସନ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଥିଲେ । ମୁଠାଏ ବାଲିରେ ଏତେ କମ ସମୟ ମଧ୍ୟରେ IGL ର ୨୫ ବର୍ଷ ର ଗୌରବମୟ ଯାତ୍ରାର କାହାଣୀ ପ୍ରସ୍ତୁତ କରିବା ସହିତ ନେଟ୍ ଜିରୋ ର ଚିତ୍ରଣ ମଧ୍ୟ କରିଥିଲେ । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ବପ୍ନ ଅଟେ । ଯାହାକୁ ସେ ତାଙ୍କ ଆନିମେସନ ରେ ଦେଖାଇଥିଲେ । ତାଙ୍କର ଏପରି ଚମତ୍କାର ପ୍ରଦର୍ଶନୀର ବହୁ ପ୍ରଶଂସା କରିଥିଲେ ଦର୍ଶକ ।

ପ୍ରଥମେ ମାନସ ସାହୁଙ୍କ ସ୍ୟାଣ୍ଡ୍ ଆନିମେସନ ରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହାପରେ ବଲିଉଡ ର ଅନେକ ପ୍ରସିଦ୍ଧ କଣ୍ଠଶିଳ୍ପୀ ନିଜ ନିଜ ସୁନ୍ଦର କଣ୍ଠ ମାଧ୍ୟରେ ଅନେକତ ଗୀତ ପରିବେଶଣ କରିଥିଲେ ଯାହା ବେଶ ଶ୍ରୁତି ମଧୁର ଥିଲ ।

Leave A Reply

Your email address will not be published.