ଭୁବନେଶ୍ୱର : ବିଶ୍ଵ ହସ୍ତୀ ଦିବସ ଅବସରରେ ଆଜି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିବାର ଉଦ୍ୟମ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରଠାରେ ବାଲିରେ ସେ ଏକ ମାଆ ହାତୀ ଓ ଛୁଆ ହାତୀକୁ ଦର୍ଶାଇଛନ୍ତି ।
ଦିନକୁ ଦିନ ମଣିଷ ହାତୀ ବିବାଦ ବଢୁଥିବା ବେଳେ ସେଥିରୁ ସେମାନଙ୍କୁ ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି । ହାତୀମାନଙ୍କ ପ୍ରତି ବେଳେ ବେଳେ ମଣିଷ ଅତି ଅମାନୁଷିକ ବ୍ୟବହାର କରୁଛି । ତେଣୁ ସେମାନଙ୍କ ପ୍ରତି ଏପରି ବ୍ୟବହାର ନ କରି ସୁସମ୍ପର୍କ ସ୍ଥାପନ କରିବାର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।
Comments are closed.