Latest Odisha News

BREAKING NEWS

ତେଲୁଗୁ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ତମନ୍ନା

ଭୁବନେଶ୍ୱର: ଟଲିଉଡରେ ଦେଖିବାକୁ ମିଳିବେ ଓଡିଆ ଅଭିନେତ୍ରୀ ତମନ୍ନା । ଫିଲ୍ମ ‘ଭେୟି ଶୁଭାମୁଲୁ କାଲୁଗୁ ନିକୁ’ରେ ସେ ଅଭିନେତା ବିଜୟ ରାଜାଙ୍କ ଅପୋଜିଟ୍‌ରେ ନଜର ଆସିବେ । ନିକଟରେ ଫିଲ୍ମର ମହୁରତ ସରିଛି ।
ଜୟଦୁର୍ଗା ମଲଟି ମିଡିଆ ମୁଭିଜ୍ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାମସ୍ ରାଥୋଡ୍ । ଖୁବ୍ ଶୀଘ୍ର ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

ତମନ୍ନା ଓଲିଉଡରେ ‘ନିର୍ଝୁମ ରାତିର ସାଥୀ’, ‘ପ୍ରେମ କୁମାର’, ‘ଗୋଲମାଲ ଲଭ୍’ ଆଦିରେ ଅଭିନୟ କରିଛନ୍ତି । ତେଲୁଗୁ ମୁଭିରେ ଏଣ୍ଟ୍ରି ପାଇଁ ଲକ୍ ଡାଉନ ସମୟରେ ତମନ୍ନା ତେଲୁଗୁ ଶିଖୁଥିଲେ ।

Leave A Reply

Your email address will not be published.