Latest Odisha News

BREAKING NEWS

ହାତ ତିଆରି ମାସ୍କ ପିନ୍ଧିବା ପାଇଁ ସଚେତନ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଗୁରୁବାରଠାରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କୁ ଏଥି ପାଇଁ ସଚେତନ କରିବା ତଥା ନିଜେ ନିଜର ମାସ୍କ ତିଆରି କରିବା ପାଇଁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏଥି ପାଇଁ ପୁରୀ ବେଳାଭୂମିରେ ବାଲୁକା କଳାକୃତି ସମେତ ସ୍ୱତନ୍ତ୍ର ସ୍ୟାଣ୍ଡ୍ ଆନିମେସନ ଭିଡିଓ ଓ ନିଜେ କଟନ୍ ରୁମାଲରୁ ମାସ୍କ ତିଆରି କରି ପିନ୍ଧୁଥିବାର ଡେମୋ ଭିଡିଓ ପ୍ରସ୍ତୁତ କରିଛନ୍ତି ସେ ।

 ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓ ଏବେ ବେଶ୍ ପ୍ରଶଂସିତ ହେବା ସହିତ ଭାଇରାଲ୍ ହୋଇଛି ।

‘ଆସ ନିଜ ମାସ୍କ ନିଜେ କରିବା’ ଶୀର୍ଷକରେ ପ୍ରସ୍ତୁତ ଏହି ବାଲୁକା କଳା ଜରିଆରେ ସେ ସମସ୍ତଙ୍କୁ କୋଭିଡ୍‌୧୯ ରୁ ନିରାପଦ ରହିବା ପାଇଁ ମାସ୍କ ଇଣ୍ଡିଆ ଅଭିଯାନରେ ସାମିଲ୍ ହେବାକୁ ଆହ୍ୱାନ ଦେଇଛନ୍ତି ।

ସୋମବାର ଅପରାହ୍ନରେ ସୁଦର୍ଶନ ଘରେ ନିଜ ସମ୍ବଲପୁରୀ ରୁମାଲ୍ ବ୍ୟବହାର କରି କିଛି ସେକେଣ୍ଡ ଭିତରେ ନିଜପାଇଁ ଏକ ମାସ୍କ ବନେଇ ପିନ୍ଧିବାର ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ସୋସିଆଲ୍ ମିଡିଆରେ ଏହା ବେଶ୍ ପ୍ରଶଂସିତ ହେବା ସହିତ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା ।

Leave A Reply

Your email address will not be published.