Latest Odisha News

ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ପୁରୀ : ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା’ ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ଲାଇଟ ହାଉସ ବେଳାଭୂମିରେ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା ମୂର୍ତ୍ତି ଟିକୁ ତିଆରି କରିବାକୁ ମାନସ ସାହୁଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା ।

୧୨ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୨ ଟନ୍ ବାଲି ଉପଯୋଗ କରାଯାଇଛି । ଏଥିରେ “HAPPY MOTHERS DAY” ର ବାର୍ତ୍ତା ଦିଆଯାଇଛି ।  ମାନସ କୁମାର ସାହୁ ନିର୍ମାଣ କରିଥିବା ଏହି ବାଲୁକା କଳାରେ ସେ ମା’ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସମସ୍ତ ଜନସମାଜକୁ ମା’ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନଭୁଲିବା ପାଇଁ ଅନୁରୋଧ କରିଛନ୍ତି ।

ଏହାସହ ବାଲୁକା କଳା ମାଧ୍ୟମରେ ମା’ ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏ କି କୌଣସି ଆଶା ଅଭିଳାଷ ନରଖି ସନ୍ତାନ କୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ସାରା ଜୀବନ ଦେଇଚାଲିଥାଏ । ତେଣୁ ଆମେ ସମସ୍ତେ ମା’କୁ ଭଲପାଇବା ଦରକାର କେବଳ ମାତୃ ଦିବସରେ ନୁହେଁ ନିଜ ବାସ୍ତବିକ ଜୀବନରେ ମା’ଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମ।ନ ଜଣାଇବା ଦରକାର । ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ ।

Leave A Reply

Your email address will not be published.