Latest Odisha News

BREAKING NEWS

ମେଜର ରମା ରମଣ ରମଣ ପାଢ଼ୀଙ୍କ ଦୁଇଟି ଅନୂଦିତ ନାଟକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଦ୍ୱାରା ପ୍ରକାଶିତ ମେଜର ରାମ ରମଣ ପାଢ଼ୀଙ୍କ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୂଦିତ ନାଟକ ‘ପାଲଟା ବାଗ’ ଓ ‘ଦ ମେଟାମୋରଫୋସଡ ଟାଇଗର’ ରାଜ ଭବନ ପରିସରରରେ, ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ନାଟକ ସବୁବେଳେ ବାସ୍ତବ ଜୀବନର କଥା କହେ ଏବଂ ଓଡ଼ିଆ ଭାଷାରୁ ଅନ୍ୟଭାଷାକୁ ଅନୁବାଦ ହେଉଥିବା ପୁସ୍ତକସବୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଜନଜୀବନ ତଥା ସାମାଜିକ ବ୍ୟବସ୍ଥାକୁ ପରିଚିତ କରିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ ।

ଏହାର ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ସଫଳ ନାଟ୍ୟକାର ଭାବରେ ଶ୍ରୀ ପାଢ଼ୀ ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ରଚିତ ନାଟକ ରାଜ୍ୟ ତଥା ଦେଶ ଏବଂ ବିଦେଶରେ ମଞ୍ଚସ୍ଥ ହୋଇ ବିପୁଳ ଲୋକପ୍ରିୟତା ସାଉଁଟି ପାରିଛି ।

Leave A Reply

Your email address will not be published.