Latest Odisha News

BREAKING NEWS

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ୨୦୨୨: ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ସ୍ବାସ୍ଥ୍ୟ ଦିବସ ଉପରେ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି । ସମସ୍ତେ ସୁସ୍ଥ ରହିବାର ବାର୍ତ୍ତା ଦେବା ସହିତ ଏଥିରେ ସମସ୍ତଙ୍କୁ ଯୋଗ, ବ୍ୟାୟାମ କରିବା ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ପୁରୀ ବେଳାଭୂମିରେ ତିଆରି ହୋଇଥିବା ୧୮ ଫୁଟ ଚଉଡାର ବାଲୁକା କଳାରେ ୧୫ଟନ୍ ବାଲି ବ୍ୟବହାର କରାଯାଇଛି । ଏଥିପାଇଁ ମାନସଙ୍କୁ ପ୍ରାୟ ୭ଘଣ୍ଟା ସମୟ ଲାଗିଥିଲା ।

Leave A Reply

Your email address will not be published.