Latest Odisha News

BREAKING NEWS

ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ୍ ହେବା ପାଇଁ ସଚେତନତାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ

ପୁରୀ: ଆଜିଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ୨୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ନେତାଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଜନତା । ସକାଳୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ ଭୋଟିଂ ।

ଏହି ଅବସରରେ ଓଡ଼ିଶାର ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବା ସହ ସମସ୍ତେ ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ୍ ହୋଇ ନିଜ ମତଦାନ କରିବାକୁ ବାର୍ତ୍ତା ଦେଇଛନ୍ତି ।ସୁଦର୍ଶନ ବିଶେଷ କରି ଯୁବପିଢ଼ି ମାନଙ୍କୁ ଅନୁରୋଧ କରିଛନ୍ତି ଏହି ମହାନ୍ ପର୍ବରେ ସାମିଲ୍ ହେବାକୁ । ସୁଦର୍ଶନ ତାଙ୍କ ବାଲୁକାକଳାରେ ଦେଶ୍ କା ଗର୍ବ ଏବଂ ଆଇ ଭୋଟ୍ ଫର ସିଓର୍ ର ବାର୍ତ୍ତା ଦେଇ ସମସ୍ତଙ୍କୁ ସଚେତନ କରିଛନ୍ତି । ତେବେ ଏହି  ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଥିଲା ।

 

Leave A Reply

Your email address will not be published.