ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ୍ ବୋତଲରେ ଗଣେଶ ମୂର୍ତ୍ତି ନିର୍ମାଣ କରିବା ସହ ପ୍ଲାଷ୍ଟିକର ବ୍ୟବହାର ନକରିବା ଲାଗି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।
ଗଣେଶ ଚତୁର୍ଥୀ ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।
#GaneshChaturthi My SandArt with message #SaveOurEnvironment & #SayNoToSingleUsePlastic at #Puri beach in Odisha with installing 1000 plastic bottles around it for creating awareness. pic.twitter.com/5PlMf30Uly
— Sudarsan Pattnaik (@sudarsansand) September 2, 2019
ଜନସାଧାରଣ ପ୍ଲାଷ୍ଟିକର ବ୍ୟବହାର ନକରି ପରିବେଶକୁ ସୁରକ୍ଷିତ କରିବା ଲାଗି ବାର୍ତ୍ତା ଦେବା ସହ ଏନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ।
ଆହୁରି ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବେଶ ସୁରକ୍ଷା ସମ୍ବନ୍ଧୀୟ କ୍ୟାମ୍ପେନରୁ ପ୍ରଭାବିତ ହୋଇ ଏଭଳି କରିଥିବା ନେଇ ପ୍ରକାଶ କରିଛନ୍ତି ।
ଏହି ବାଲୁକା କଳା ଦେଖିବା ଶହଶହ ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଆଉ କିଛି ଦର୍ଶକ ସେଲଫି ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି ।
Comments are closed.