ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏଥି ସହିତ ସେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ସନ୍ଧ୍ୟାରେ ଏହି କଳାକୃତିକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଅବସରରେ ସୁଦର୍ଶନ କହିଥିଲେ ଯେ, ଗତ ୨୨ ବର୍ଷ ହେଲା ଖ୍ରୀଷ୍ଟମାସ ଅବସରରେ ସେ ପୁରୀ ବେଳାଭୂମିରେ ସାନ୍ତାକ୍ଲଜ୍ ତିଆରି କରିଥାନ୍ତି। ପ୍ରଥମ ଥର ପାଇଁ ପୁରୀ ବାହାରେ ତଥା ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ସାନ୍ତାକ୍ଳଜ ପ୍ରସ୍ତୁତ ହୋଇଛି। ପ୍ରାୟ ୧୫ ଶହ କିଲୋ ଟମାଟୋ ବ୍ୟବହାର କରାଯାଇଛି। ୨୭ ଫୁଟ ଉଚ୍ଚ ଏବଂ ୬୦ ଫୁଟ ପ୍ରଶସ୍ତ ଏହି ସାନ୍ତାକ୍ଳଜକୁ ତିଆରି କରିବା ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା। ବିଶ୍ୱ ରେକର୍ଡରେ ଏହା ସ୍ଥାନ ପାଇବା ନେଇ ଆଶା ରହିଥିବା ସେ କହିଛନ୍ତି।
BREAKING NEWS
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ;’ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
Comments are closed.