ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏଥି ସହିତ ସେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ସନ୍ଧ୍ୟାରେ ଏହି କଳାକୃତିକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।
ଏହି ଅବସରରେ ସୁଦର୍ଶନ କହିଥିଲେ ଯେ, ଗତ ୨୨ ବର୍ଷ ହେଲା ଖ୍ରୀଷ୍ଟମାସ ଅବସରରେ ସେ ପୁରୀ ବେଳାଭୂମିରେ ସାନ୍ତାକ୍ଲଜ୍ ତିଆରି କରିଥାନ୍ତି। ପ୍ରଥମ ଥର ପାଇଁ ପୁରୀ ବାହାରେ ତଥା ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ସାନ୍ତାକ୍ଳଜ ପ୍ରସ୍ତୁତ ହୋଇଛି। ପ୍ରାୟ ୧୫ ଶହ କିଲୋ ଟମାଟୋ ବ୍ୟବହାର କରାଯାଇଛି। ୨୭ ଫୁଟ ଉଚ୍ଚ ଏବଂ ୬୦ ଫୁଟ ପ୍ରଶସ୍ତ ଏହି ସାନ୍ତାକ୍ଳଜକୁ ତିଆରି କରିବା ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା। ବିଶ୍ୱ ରେକର୍ଡରେ ଏହା ସ୍ଥାନ ପାଇବା ନେଇ ଆଶା ରହିଥିବା ସେ କହିଛନ୍ତି।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.