Latest Odisha News

BREAKING NEWS

ଆଜି ଆର୍ଥ ଆୱାର, ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ପୁରୀ: ଆଜି ୱାର୍ଲ୍ଡ ଆର୍ଥ ଆୱାର । ପୃଥିବୀର ସୁରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ୱାର୍ଲ୍ଡ ଆର୍ଥ ଆୱାର ଭାବେ ପାଳନ କରାଯାଏ । ଏହି ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟର ସୁଇଚ୍ ଅଫ୍ କରିଥାନ୍ତି । ନିଜ ଘରେ, ଅଫିସରେ ଜଳୁଥିବା ଅନାବଶ୍ୟକ ଲାଇଟକୁ ଅଫ୍ କରାଯାଇଥାଏ । ଏହା ହେଉଛି ଆର୍ଥ ଆୱାର ପାଳନର ଉଦ୍ଦେଶ୍ୟ । ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଦିନ ପ୍ରତ୍ୟେକ ଘରେ ଘରେ ରାତି ୮ଟା୩୦ ରୁ ୯ଟା୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପାଇଁ ଶକ୍ତି ସଞ୍ଚୟ ଉଦ୍ଦେଶ୍ୟରେ ବିଦ୍ୟୁତ କାଟ କରାଯାଏ।

ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ଯେଉଁ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ ତା’ର କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟା, ବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ହୋଇଥାଏ । ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରେ ନାହିଁ। ଜଳବାୟୁର ଏହି କ୍ରମାଗତ ଅସ୍ବାଭାବିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ଠାରେ ୨୨ ଲକ୍ଷ ଲୋକ ୧ ଘଣ୍ଟା ପାଇଁ ସମସ୍ତ ଲାଇଟକୁ ଅଫ୍ କରି ‘ଆର୍ଥ ଆୱାର’ ପାଳନ କରିଥିଲେ।

ଆଜି ରାତି ୮ଟା ୩୦ରୁ ୯ଟା ୩୦ଯାଏଁ ଅର୍ଥାତ୍ ଏକ ଘଣ୍ଟା ଘରେ ସମସ୍ତ ଲାଇଟ୍ ବନ୍ଦ କରି ଏହି ଦିବସକୁ ପାଳନ କରିବେ ବିଶ୍ବବାସୀ । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ।  ବିଦ୍ୟୁତ୍ ଅପଚୟ ରୋକିବା, ପରିବେଶ ସୁରକ୍ଷା ଦିଗରେ ଲୋକମାନଙ୍କ ଭିତରେ ଏକ ସଚେତନତା ବାର୍ତ୍ତା ପାଇଁ ଏହି ଦିବସ ପାଳନ କରାଯାଉଛି । ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ଏକ ବାଲୁକା ଚିତ୍ରକଳା କରି ଆର୍ଥ ଆୱାର ପାଳନ ପାଇଁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ପୁରୀ ବେଳାଭୂମିର ନିଳାଦ୍ରୀ ବିଚରେ ସୁଦର୍ଶନ ପଟ୍ଟନାୟକ ଏହି ସୁନ୍ଦର ବାଲୁକା ଚିତ୍ରକଳା ଗଢିଛନ୍ତି ।

Leave A Reply

Your email address will not be published.