Latest Odisha News

BREAKING NEWS

ପୁଣି ଅଭୟାରଣ୍ୟରୁ୧୦ କୋଟି ୫୦ ଲକ୍ଷ ଟଙ୍କାର ଅଫିମ ନଷ୍ଟ କଲା ଅବକାରୀ ବିଭାଗ

ବାରିପଦା: ଥମିବାର ନାଁ ନେଉନି ଅଭୟାରଣ୍ୟରେ ଅଫିମ ଚାଷ । ଯେତେ ଖୋଳିଲେ ସେତେ ବାହାରୁଛି । ଅଭୟାରଣ୍ୟ ସାରା କାୟା ବିସ୍ତାର କରିଛି ଅଫିମ । ପୁଣି ଥରେ ଶିମିଳିପାଳର ଅସ୍ତକୁଅଁର ପଞ୍ଚାୟତର ସାରୁଦା ଗାଁ ନିକଟରେ ୧୫ ଏକ ଜଙ୍ଗଲ ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରିଛି ମୟୁରଭଞ୍ଜ ଅବକାରୀ ବିଭାଗ ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଶିମିଳିପାଳର ସାରୁଦା ଗ୍ରାମର କୋର ଅଞ୍ଚଳରେ ଚଢ଼ଉ କରିଥିଲେ। ସେଠାରେ ବେଆଇନ ଭାବେ ୧୫ଏକର ଜମିରେ ଚାଷ କରାଯାଇଥିବା ୫ଲକ୍ଷ ୨୫ହଜାରରୁ ଉର୍ଦ୍ଧ୍ଵ ଅଫିମ ଗଛକୁ ନଷ୍ଟ କରିଥିଲେ । ନଷ୍ଟ ହୋଇଥିବା ଅଫିମର ଆନୁମାନିକ ମୂଲ୍ୟ ପ୍ରାୟ ୧୦କୋଟି ୫୦ ଲକ୍ଷ ହେବ ବୋଲି ମୟୂରଭଞ୍ଜ ଅବକରୀ ଅଧୀକ୍ଷକ ପ୍ରଶାନ୍ତ କହଁର ସୂଚନା ଦେଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ବର୍ତମାନ ସୁଦ୍ଧା ଶିମିଳିପାଳର ୭ଟି ସ୍ଥାନରେ ଅଫିମ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ କୋଟିରୁ ଅଧିକ ଟଙ୍କା ହେବ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୦ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଅବକାରି ବିଭାଗର ମିଳିତ ଟିମ ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟି ସ୍ଥାନରେ ଚଢାଉକରି ୯ଲକ୍ଷ ୧୦ହଜାର ଅଫିମ ଗଛକୁ ଜାଳି ନଷ୍ଟ କରିଦେଇଛି ବନ ବିଭାଗ । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୮କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଇଛି । ଏନେଇ ଯଶିପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଉକ୍ତ ଘଟଣାରେ ଏଯାବତ୍ କାହାରିକୁ ମଧ୍ୟ ଗିରଫ କରାଯାଇନଥିବା ବେଳେ ପୁଣି ଥରେ ଅବକାରି ବିଭାଗ ଚଢାଉ କରି ପୁଣି ବେଆଇନ ଅଫିମ ଚାଷକୁ ନଷ୍ଟ କରିଛି ।

 

Leave A Reply

Your email address will not be published.