Latest Odisha News

BREAKING NEWS

ଏୟାର ଇଣ୍ଡିଆକୁ ଡିଜିସିଏର ବଡ ଝଟକା, ଗଣିବ ୮୦ ଲକ୍ଷ ଟଙ୍କାର ତଣ୍ଡ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଲାଗିଲା ଡିଜିସିଏର ବଡ ଝଟକା । ୮୦ ଲକ୍ଷ ଟଙ୍କାର ତଣ୍ଡ ଗଣିବ ଏୟାର ଇଣ୍ଡିଆ । ବିମାନ ଚଳାଳଚ ସମୟ ନିୟମାବଳୀ ଉଲ୍ଲଙ୍ଘନ କରିଥିବା ଓ ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ବିଶ୍ରାମ ତଥା ଥକ୍କା ପରିଚାଳନା ବ୍ୟବସ୍ଥା ସହ ଜଡିତ ମାନକକୁ ଅଣଦେଖା କରିଥିବା ଅଭିଯୋଗରେ ଏହି ଜରିମାନା ଲଗାଯାଇଛି । ନିୟମ ଉଲ୍ଲଂଘନ ସହ ଜଡିତ ଏହି ସୂଚନା ଜାନୁଆରୀ ମାସରେ ଡିଜିସିଏ ଦ୍ୱାରା ହୋଇଥିବା ଏୟାର ଇଣ୍ଡିଆର ଯାଞ୍ଚ ପରେ ସାମ୍ନାକୁ ଆସିଛି। ଏହି ମାମଲାରେ ମାର୍ଚ୍ଚ ୧ତାରିଖରେ ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ପଠାଯାଇଛି ।

ଡିଜିସିଏ ଦ୍ଵାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଏହି ପ୍ରସଙ୍ଗରେ ବିମାନ ସେବା ପ୍ରଦାନାକରୀ ସଂସ୍ଥା ଦେଇଥିବା ଉତ୍ତର ସନ୍ତୋଷଜନକ ନହେବା ପରେ ୮୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଡିଜିସିଏ ଦ୍ୱାରା ପ୍ରକାଶିତ କିଛି ରିପୋର୍ଟ ଦର୍ଶାଇଛି ଯେ ଏୟାର ଇଣ୍ଡିଆ ଲିମିଟେଡ୍ ୬୦ ବର୍ଷରୁ ଉର୍ଦ୍ଧ୍ୱ ଦୁଇଜଣ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କୁ ଏକାଠି ଉଡ଼ାଇ ଏୟରକ୍ରାଫ୍ଟ ରୁଲ ୧୯୩୭, ୨୮ଏ, ଉପନିୟମ (୨) ଉଲ୍ଲଂଘନ କରିଛି।

ଡିଜିସିଏ ଏହା ମଧ୍ୟ କହିଛି ଯେ, ଲମ୍ୱା ବିମାନ ଉଡ଼ାଣ ପୂର୍ବରୁ ବା ପରେ ଏବଂ ବିମାନ ଚଳାଚଳ ସମୟରେ ବିମାନ କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦିଆଯାଉ ନାହିଁ। ଅଡିଟ୍ ରେ ଏହିପରି ଅନେକ ମାମଲା ଦେଖିବାକୁ ମିଳିଥିଲା, ଯେଉଁଠାରେ ପାଇଲଟମାନେ ସେମାନଙ୍କର ଡ୍ୟୁଟି ସମୟଠାରୁ ଅଧିକ କାମ କରିଥିଲେ। ଯାହା ଫ୍ଲାଇଟ ଡ୍ୟୁଟି ସମୟ ସୀମାର ବେସାମରିକ ବିମାନ ଚଳାଚଳ ଆବଶ୍ୟକତା ସହିତ ଜଡିତ ବ୍ୟବସ୍ଥାର ଉଲ୍ଲଂଘନ। ଏହାପୂର୍ବରୁ ଫେବୃଆରୀ ମାସରେ ୮୦ ବର୍ଷ ବୟସ୍କା ଯାତ୍ରୀଙ୍କ ମୃତ୍ୟୁ ପରେ ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜୋରିମାନା ଦେଇଥିଲା। ଏହା ବ୍ୟତୀତ ଜାନୁଆରୀରେ ସୁରକ୍ଷା ନିୟମ ଉଲ୍ଲଂଘନ କରି ଏୟାର ଇଣ୍ଡିଆ ଉପରେ ୧.୧୦ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।

 

Leave A Reply

Your email address will not be published.