Latest Odisha News

BREAKING NEWS

ଏସିୟ କ୍ରିଡାରେ ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ପୁଅ କିଶୋର, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଏସିୟ କ୍ରିଡାରେ ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ କିଶୋର କୁମାର । ଜାଭେଲିନ ଥ୍ରୋରେ ରୌପ୍ୟ ଜିତି ଓଡିଶା ପାଇଁ ଇତିହାସ ରଚିଛନ୍ତି କିଶୋର । ୮୭.୫୪ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି କିଶୋର ପାଇଛନ୍ତି ଏହି ସଫଳତା । ସେପଟେ ଏସିଆନ ରୌପ୍ୟ ବିଜୟୀ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ବାଲୁକାକଳାରେ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

BjdElectrycity

ଏସିଆନ ଗେମ୍ସ ର ଜାଭେଳିନ ଥ୍ରୋ ଇଭେଣ୍ଟରେ ଅଲିମ୍ପିକ ସ୍ଵର୍ଣ ବିଜେତା ନିରଜ ଚୋପ୍ରାଙ୍କ ସହ କଡା ଟକର ଦେଇ ଅଳ୍ପକେ ସ୍ୱର୍ଣ୍ଣ ପଦକ ହରେଇଥିବା ବେଳେ ରୌପ୍ୟ ହାତେଇଛନ୍ତି କିଶୋର । ଅନ୍ୟପଟରେ ସ୍ୱର୍ଣ୍ଣ ବିଜେୟୀ ହୋଇଛନ୍ତି ନିରଜ । ତେବେ ଦୁହେଁ ଭାରତ ପାଇଁ ଗର୍ଵ ଆଣିଥିବା ବେଳେ ବାଲୁକାକଳା ମାଧ୍ୟମରେ ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏକ ରଙ୍ଗୀନ ବାଲୁକାକଳାରେ ପ୍ରାୟ ୫୦୦ ଷ୍ଟିଲ ବାଉଲ ଇଂଷ୍ଟାଲ ହୋଇଥିବା ବେଳେ ଖୁବ ସୁନ୍ଦର ଭାବରେ ଭାରତ ହାତକୁ ଆସିଥିବା ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ସହ ଉଭୟଙ୍କୁ ସ୍ଥାନିତ କରିଛନ୍ତି ସୁଦର୍ଶନ । ଏହାସହିତ ପ୍ରାୟ ୧୦ ଫୁଟ ର ଏହି କଳାରେ  ଜାଭେଲିନକୁ ସ୍ଥାନିତ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ।

ବିଶେଷକରି ଓଡ଼ିଆ ତଥା ପୁରୀର ସୁନା ପୁଅ କିଶୋର ଓଡିଶାର ଗର୍ଵ ଓ ଗୌରବକୁ ବଢ଼ାଇଥିବାରୁ ତାଙ୍କର ଉତ୍ତୋର୍ତ୍ତୋର ସଫଳତା କାମନା କରିଛନ୍ତି ସୁଦର୍ଶନ । ସେପଟେ କିଶୋରଙ୍କ ସଫଳତା ପରେ ତାଙ୍କ ଜନ୍ମ ମାଟି ଓ ପୁରୀ ସହର ତଥା ରାଜ୍ୟର ତମାମ ଜାଗାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।

Leave A Reply

Your email address will not be published.