Latest Odisha News

BREAKING NEWS

ମେସର ବନ୍ଦ କୋଠରୀରେ ଝୁଲି ପଡିଲେ ଛାତ୍ରୀ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୩ ନଂ ୱାର୍ଡରେ ଥିବା ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତା ଛାତ୍ରୀ ଜଣକ ଆରଡିଏସ୍ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ପଢୁଥିଲେ । ଏହି ମେସରେ ରହି ସେ ପଢୁଥିଲେ ।

ଗୁରୁବାର ସକାଳେ ମେସର ସବୁ ପିଲା କୋଚିଂ ପାଇଁ ଯାଇଥିଲେ । ହେଲେ ସେ ଯାଇ ନ ଥିଲେ । ସହପାଠିନୀମାନେ କୋଚିଂରୁ ଫେରି ଦେଖିଲେ ଉକ୍ତ ଛାତ୍ରୀଙ୍କ ରୁମ କବାଟ ଭିତରୁ ବନ୍ଦ ଅଛି । ପିଲାମାନେ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ପରେ ଅନ୍ୟଛାତ୍ରୀ ଓ ମେସ ମାଲିକ ଆସି କବାଟ ଭାଙ୍ଗିବା ପରେ ଦେଖିଥିଲେ ସେ ଦଉଡି ବେକରେ ବାନ୍ଧି ଝୁଲି ପଡିଛନ୍ତି । ସେ ନିଜ ପିନ୍ଧା ଓଢଣୀ ବାନ୍ଧି ଝୁଲି ପଡିଥିଲେ । ସମସ୍ତଙ୍କ ସହାୟତାରେ ତାଙ୍କୁ ତଳକୁ କଢା ଯାଇଥିଲା । ହେଲେ ସେତେବେଳକୁ ତାଙ୍କର ଜୀବନ ଚାଲି ଯାଇଥିଲା ।

ଏ ନେଇ ପୋଲିସକୁ ଖବର ଦିଆ ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏ ନେଇ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.